ବିରାଟ ପୁରୁଷ
ବିରାଟ ପୁରୁଷ
ସପତ ବ୍ରହ୍ମାଣ୍ଡ ଦେହେ ଏକ ପିଣ୍ଡ
ବିରାଟ ପୁରୁଷ ନାମ
ଶୋହେ ଅଙ୍ଗେ ଅଙ୍ଗେ ବ୍ରହ୍ମାଣ୍ଡ ବିଭଙ୍ଗେ
ମସ୍ତକରୁ ଶ୍ରୀ ଚରଣ ।
ପୃଥିବୀ ଚରଣ ଚନ୍ଦ୍ରମାଟି ମନ
ଭ୍ରୁଲତାଟି କାଳ ଯମ
ମସ୍ତକ ଯେ ସ୍ବର୍ଗ କର୍ଣ୍ଣ ଦଶ ଦିଗ
ହାସ୍ୟ ରସ ଅଟେ ଭ୍ରମ ।
ନାଭି ନଭ ପ୍ରାୟ ସୂର୍ଯ୍ୟ ଚକ୍ଷୁ ଦ୍ବୟ
ନାସିକା ଅଟଇ ବାୟୁ
ଦନ୍ତ ଜୋତ୍ସ୍ନା ଯାର ବାହୁ ଲୋକପାଳ
ମୃତ୍ୟୁ ଅଟଇ ଯେ ପାୟୁ ।
ତଳ ଅଧରଟି ଲୋଭ ବୋଲାଏଟି
ଲଜ୍ୟା ଓଷ୍ଠଟି ଉପର
ଦେହେ ଲୋମ ମାନ ଅଟେ ବୃକ୍ଷ ମାନ
କେଶ ଅଟେ ମେଘ ମାଳ ।