Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Tragedy Inspirational

3  

Bharatabandhu Biswal

Romance Tragedy Inspirational

ବିପଦ ଯାଉ ତ ଟଳି

ବିପଦ ଯାଉ ତ ଟଳି

1 min
169



ଫିକା ଫିକା ଲାଗେ ମଳୟର ଛୁଆଁ

     ପ୍ରିୟାର ପରଶ ଫିକା

ଝରୁ ନାହିଁ ରଙ୍ଗ  ପୀୟୂଷ ପ୍ରୀତିରୁ

     ପଶୁଛି ମନେ ଛନକା ।

କୋକୁଆ ଭୟରେ  ଜର୍ଜରିତ ଏବେ

      ଏ ଜଗତ ଜନମନ

ଘାରୁଅଛି ରୋଗ   ବ୍ୟାଧି ମହାମାରୀ

      ଜୀବନ ସଙ୍କଟାପନ୍ନ ।

ପୋକ ମାଛି ପରି  ଯାଉଛନ୍ତି ମରି

     ବଡ଼ ଅସାଧ୍ୟ ବେମାରୀ

ନୂଆ କୋଭିଡର  ମାରକ ଭୂତାଣୁ

     ସଙ୍କ୍ରମଣ ତୀବ୍ର ଭାରି ।

କରନାହିଁ ଊଣା  ମନ ପ୍ରିୟତମା

      ଜରୁରୀ ସାବଧାନତା

ମୁହଁ ନାକ କାନ  ରଖିବା ଘୋଡାଇ

     ପାଳନୀୟ ସତର୍କତା ।

ସାବୁନ୍ ଲଗାଇ  ଧୋଇବା ହାତକୁ

     ସମୟାନ୍ତେ ବାରମ୍ବାର

ବିପଦ ସମୟେ ଘରୁ ବାହାରକୁ

     ଯିବା ନାହିଁ ଅକାରଣ ।

ବଜାୟ ରଖିବା  ନିଶ୍ଚୟ ଦୂରତା

    ଭିଡ଼ ଠୁ ରହିବା ଦୂରେ

ସଚେତନତା ହିଁ  ନିହାତି ଜରୁରୀ

   ନିବାରଣ ରୋଗ କରେ ।

ଆସ ନେବା ପ୍ରିୟା  ପ୍ରଥମେ ସଙ୍କଳ୍ପ

    ସଂଗ୍ରାମ ରଖିବା ଜାରି

ସୁରକ୍ଷିତ ରହୁ  ସୃଷ୍ଟିରେ ଜୀବନ

     ବିପଦ ଯାଉ ତ ଟଳି ।



Rate this content
Log in

Similar oriya poem from Romance