STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ବିନୟ ବଚନ

ବିନୟ ବଚନ

1 min
7



ମଣିଷ ଜନମ ଦୁର୍ଲଭ ଜନମ

ସ୍ରଷ୍ଟାଙ୍କ ଶ୍ରେଷ୍ଠ ଆଲେଖ୍ୟ

ପ୍ରଭୁଙ୍କର ଦାନ ଅତୁଳନୀୟ ଯେ 

ଆମେ ଯେ ତାଙ୍କର ସଖ୍ୟ ।


ସର୍ବସ୍ବ ଦାନ ରେ ଜିହ୍ନା ଦାନ ଦେଇ

ଦାନ୍ତ ମଧ୍ୟରେ ସ୍ଥାପିତ

ବତିଶ ଦାନ୍ତଙ୍କ ପହରା ଚେତାଏ

ଜିହ୍ବା କୁ କର ସଂଯତ l


ବିନୟ ବଚନ ଅଟେ ମହାଧନ

ଭାଗବତ ବାଣୀ କୁହେ

ବିନୟ ବଚ଼ନୁ ଅମୃତ ଝରଇ

ସ୍ନେହ, ଶ୍ରଦ୍ଧା ଯେ ବିତରେ |


ବିନୟ ବଚ଼ନେ ଉତ୍ସାହର ବାସ

ବଇରୀ କରଇ ବଶ

ବିନୟ ବଚ଼ନ ସଂପର୍କ ବଢାଏ

ବଢ଼ଇ ବ୍ୟକ୍ତିତ୍ବ ଯଶ ।


ବିନୟ ବଚନେ ପ୍ରେମ ଫଲ୍ଗୁ ଧାରା

ଅମୃତ ଭାବନା ଦିଏ

ବିନମ୍ରତା ଭାବ ସଜଳ ଜଳଦେ

ଶୀତଳତା ଦେଉଥାଏ ।


ବିନୟ ବଚ଼ନ ପୁଲକିତ କରେ

ପ୍ରତିଟି ମଣିଷ ମନ

ବିରସେ ହରଷ କ୍ରୋଧ କରେ ବଶ

ବିତରେ ପ୍ରଶାନ୍ତି ଧନ ।


ବିନୟ ବଚ଼ନେ ଧୀଶକ୍ତି ସମୃଦ୍ଧି

ବ୍ୟକ୍ତିତ୍ବ କୁ ଦିଏ ଆଭା

ବିବେକ ବିଚ଼ାର ରୁଦ୍ଧିମନ୍ତ ହୋଇ

ବଢାଏ ଆତ୍ମିକ ଶୋଭା ।


ବିନୟ ବଚ଼ନେ ସଦ୍ ବୁଦ୍ଧି ଜାଗଇ

ବିକୃତ ଭାବନା ନାଶେ

କୁପଥ ଗାମୀ ଯେ ବିନୟ ବଚନେ<

/p>

ସୁପଥକୁ ଫେରିଆସେ ।


ବିପଦ ସମୟେ ବିନୟ ବଚ଼ନ

ଦିଅଇ ଧୈର୍ଯ୍ୟ ପରଶି

ସନ୍ତୋଷ ବିସ୍ତାରେ ଚ଼ିର ଅନୁରାଗେ

ସ୍ୱର୍ଗୀୟ ଭାବ ବରଷି । 


ବିନୟ ବଚ଼ନ ବିମୁଗ୍ଧ କରଇ

ବିଶୁଦ୍ଧ ଚେତନା ଦିଏ 

ପ୍ରୀତି ମାଧୁର୍ଯ୍ୟ ରେ ସ୍ନେହ ସୋହାର୍ଦ୍ଦ ରେ

ସଭିଙ୍କର ପ୍ରିୟ ହୁଏ ।


ବିନୟରୁ ଜାତ ଶାନ୍ତି, ମୈତ୍ରୀ, ପ୍ରୀତି

ବିତରେ କରୁଣା ଧାରା

ବିନୟ ବଚ଼ନ ବିଜ୍ଞ ମନୋଧନ

ଅମୂଲ୍ୟ ରତ୍ନ ପସରା |


ବିନୟ ବଚ଼ନ କିଣେ ଜନ ମନ

ଶାନ୍ତି ବିପ୍ଲବର ଭାବ

ପରିବାର ଠାରୁ ସମାଜ ଓ ରାଷ୍ଟ୍ରେ

ସ୍ତୁତି କରେ ଶାନ୍ତି ସ୍ତବ ।


କଟୁ ବଚ଼ନ ରେ କାଟିବାନି ହୃଦ

ଅଶାନ୍ତିକୁ ଡାକି ବାନି

ବିନୟ ବଚ଼ନେ ସର୍ବ ମନ ତୋଷି

ପ୍ରେମେ ହୋଇଯିବା ଧନୀ ।


ଜିହ୍ବା ଚ଼ାଳନାରେ ସଂଯତ ହୋଇବା

ବିବେକ ବିଚ଼ାର ଦେଇ

ବିନୟ ବଚ଼ନ ପରଶି ଯିବା ଯେ

ହେବା ଆମେ ମନ ଜୟୀ ।


ବଚ଼ନ ମଧୁର ଆଚ଼ାର ସୁଧୀର

ଗହଣା ରେ ମଣ୍ଡି ହେବା

ପରିବର୍ତ୍ତନର ଧାରା ରେ ଧାରା ରେ

ନୂତନ ଚେତନା ଦେବା |




Rate this content
Log in

Similar oriya poem from Inspirational