Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

3  

Akshayakumar Dash

Others

ବିଞ୍ଚଣା

ବିଞ୍ଚଣା

1 min
565


ବେଳେ ବେଳେ ମଣିଷ ଅସହାୟ ହୋଇଯାଏ । ଧନ ସମ୍ପତ୍ତି ମାନ ଜ୍ଞାନ ସବୁତୁଚ୍ଛ ଲାଗେ । ଶେଷରେ ଜୀବନ ଯନ୍ତ୍ରଣା ରେ ଛଟପଟ ପ୍ରାଣକୁ ଟିକିଏ ଆସ୍ୱସ୍ତି ଦେବାକୁ ଆଦରିନିଏ ଅଣଦେଖାକରିଥିବା ବସ୍ତୁ ।ଏମିତି ବି ହେୟ ଭାବି ଅନାଦର କରିଥିବା ବ୍ୟକ୍ତି କୁ ।


ଫନି ରଚିଗଲା ପ୍ରଳୟ ।ପବନ ଭୟଙ୍କର କରାଳ ରୂପରେ ଗର୍ଜନ କରି ମହାକାଳ । ତାର ସାମ୍ନାରେ ମନୁଷ୍ୟ ର ଜ୍ଞାନ ବିଜ୍ଞାନ ଦମ୍ଭ ଚୁରମାର କରିଦେଲା ।ଅସହାୟ ହେଲା ।ଯେଉଁ ମଣିଷ ଟିକିଏ ପୂର୍ବରୁ ଗର୍ବ ଅହଙ୍କାର ସ୍ୱାର୍ଥରେ ଅନ୍ଧ ହୋଇଯାଇଥିଲା ସେଇ ଲୋକ ବଂଚିବାପାଇଁ ହାତଟେକିଦେଲା । ସରଣ ପଶିଲା ଅଦୃଶଶକ୍ତି ପାଖରେ ।ନିରାଶ୍ରୟନା ଜଗଦୀଶ ରକ୍ଷା ।

ପୁରୀ ଶ୍ରୀକ୍ଷେତ୍ର ଜଗନାଥ କ୍ଷେତ୍ର । ମାଡିଆସିଲା ଫନି ଛାଡ଼ିଲାନାହିଁ ଦମ୍ଭ ମାରୁଥିବା ବତୀଖୁଣ୍ଟରୁ ଆରମ୍ଭ କରି ଘର । ବିଚରା ଗଛ ଶୋଇପଡ଼ିଲା ମାଟିକାମୁଡ଼ି । ଚାରି ଘଣ୍ଟାରେ ସାରିଦେଲା ପୁରୀସହରର ଶ୍ରୀକୁ। ବଡ଼ପଣ୍ଡା ବଡ଼ଠାକୁରଙ୍କ ନୀତି ସାରି ଘରକୁ ଫେରି ଗଡିପଡିଲେ ଖଟିଆରେ । ପଙ୍ଖା କି ଆଲୁଅ କେବେ ଆସିବ ଜଗାକୁ ଅଗୋଚର । ଗରମରେ ନିଦନାହିଁ ପଟିଟିଏ ଧରି ବିଞ୍ଚି ହେଲେ । ବିଞ୍ଚଣାଟିକୁ କିଣିବାକୁ ବାହାରିଲେ । ବଡଦାଣ୍ଡରେ ଖୋଜିଲେ ବିଞ୍ଚଣା । ମିଳିଲା ନାହିଁ ସେଦିନ ରାତିରେ । ତା ଆରଦିନ ଖୋଜିଲେ ବଡ଼ପଣ୍ଡା । ଜଣେ ସାକ୍ଷୀଗୋପାଳର ଚମାର ପତ୍ନୀ କେତି ପାଞ୍ଚଟା ବିଞ୍ଚଣା ଧରି ବଡଦାଣ୍ଡର ଲବଣିଖିଆ ଛକରେବିକୁଥାଏ । ଗୋଟାକୁ ଦେଢ଼ଶହ ଟଙ୍କ। । କିଣିନେଲେଣି ଆଉ ଗୋଟିଏ । ତାକୁ ନେବାକୁ ତିନିଜଣ ଟଣା ଘୋଷରା ।ବଡ଼ପଣ୍ଡାଙ୍କୁ ଦେଖି କେତି କହିଲା । ସାନ୍ତେ ବିଞ୍ଚଣା ଖଣ୍ଡ ଦେଢସ୍ । ବଡ଼ପଣ୍ଡା ଅଣ୍ଟାରୁ ପଇସା ବାହାର କରି ଧରାଇଦେଲେ କେତି ହାତକୁ । ଘରକୁ ଫେରି ଆସିଲେ । ବିଞ୍ଚଣା ବିଞ୍ଚି ବିଞ୍ଚି ଶୋଇ ପଡିଲେ ନିଦରେ ଥାଇ ।



Rate this content
Log in