Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Inspirational

4.7  

Sambit Srikumar

Inspirational

ବିଲୁଆ ବିଚାର

ବିଲୁଆ ବିଚାର

1 min
183



ଏଠି ସତ କହିବାକୁ ମନା

ସତ କହିବା ମହାପାପ

ସତ କହିବା ଅପରାଧ

ସତ କହିବା ଦେଶଦ୍ରୋହ

ସତ କହିବା ଅରାଜକତା

ସତ କହିବା ଅବିଗୁଣ ଦୁର୍ଗୁଣ

ସତ କହିବା ବିଶୃଙ୍ଖଳିତ ଆଚରଣ

ସତ କହିବା ବେଇମାନର ଲକ୍ଷଣ ।

ଏଠି "ସତ୍ଯ ମେବ ଜୟତେ"

କାଗଜକଲମର ଲେଖା ମାତ୍ର

ସବୁଠି ଥାଏ ଏଇ କଳା ଧଳା ଛବି

କିନ୍ତୁ ଅର୍ଥ ଏହାର କେହିବି ଜାଣେନା

ଏଇ ଲେଖାର ଆଢୁଆଳେ ରହିଛି

ମିଥ୍ଯାର ଅଖଣ୍ଡ ଅନ୍ଧାରୀ ସାମ୍ରାଜ୍ୟ

ଯେଉଁଠି ସତ୍ଯର ପ୍ରକାଶ ଆଜି ନୁହେଁ

କାଳ କାଳ ଚିରକାଳ ମରିଚୀକା ।

ମିଥ୍ଯାର ଅନେକ ଉପାସକ ସ୍ତାବକ

ମିଥ୍ଯା ଶାସକର ମଥାରେ ମୁକୁଟ

ଶାସନତନ୍ତ୍ରର ନୀତିଗତ ମାନଦଣ୍ଡ

ଶ୍ରୁତି ମଧୁର ରୋଚକପୂର୍ଣ୍ଣ ସୁଖପ୍ରଦ

ସତ୍ୟ ଯଦିଓ କଷଟି ପଥରରେ ପରୀକ୍ଷିତ

ମାତ୍ର ଏଠି ସଦାସର୍ବଦା ହୁଏ ଉପେକ୍ଷିତ

ଲାଞ୍ଛିତ ଅବଦମିତ ଅପମାନିତ ବିଡ଼ମ୍ବିତ

କିଏ ବା କାହିଁକି ହେବ ସତ୍ଯର ଆଶ୍ରିତ ?

ଏଇ ଯେମିତି ପତିତପାବନୀ ଗଙ୍ଗା

ଉପରମୁଣ୍ଡରେ ତା'ର ପୁଷ୍କର ତୀର୍ଥ

ଲାଗିରହିଛି ଆସ୍ଥାର କୁମ୍ଭ ମେଳା

ତଳମୁଣ୍ଡରେ ଭାସୁଛି କୁ଼ଢ଼ କୁଢ଼ ଶବ

ସଭିଙ୍କ ମନରେ ସଂଶୟ ହିଁ ସଂଶୟ

ସତ୍ୟର ତ ଅନେକ ଦିନରୁ ନିରୁଦ୍ଦିଷ୍ଟ

ଶ୍ରଦ୍ଧାର ବୁଡ଼ ପକାଇ ଆଉ କେହି

ପ୍ରଖର ସ୍ରୋତରେ ଭାସି ଆସିନାହିଁ ତ ?

ପ୍ରଶ୍ନ ଏଠି ଉଠେ ଯେଉଁ ଗଙ୍ଗା

ପୂଣ୍ୟତୋୟା ଯାହାର ସ୍ପର୍ଶ ମାତ୍ରେ

ମଣିଷର ସର୍ବବିଧ ପାପ ହୁଏ କ୍ଷୟ

ସେହି ପବିତ୍ର ଧାରାରେ କିଏ ବା

ଭସାଇଲା କୁଢ଼ କୁଢ଼ ଆକ୍ରାନ୍ତଙ୍କ ଶବ ?

କେଉଁ ନ୍ୟାୟ ଇଏ କେଉଁ ତର୍କ ଶାସ୍ତ୍ର ?

କିଏ ଦେବ ୟାର ସଠିକ ଉତ୍ତର ?

ନା ଏମିତି ଚାଲିଥିବ ବିଲୁଆ ବିଚାର ।



Rate this content
Log in

Similar oriya poem from Inspirational