ବିକୃତ ମନ
ବିକୃତ ମନ
ଶରୀର ବିକୃତି କଷ୍ଟ ଦେଇଥାଏ
ଭୋଗୁ ଥିବା ମାନବକୁ,
ନିଜ ଦେହ ପାଇଁ ଜୀବନ ଯାପନେ
ସହି ଥାଏ କଷ୍ଟ ଟିକୁ l
ଏକ ଅଙ୍ଗ ସିନା ବିକୃତ ହୁଅଇ
ଅନ୍ୟ ଅଙ୍ଗ ବଳ ଶାଳୀ,
ଚକ୍ଷୁ ହୀନ ସିନା ଦେଖିପାରେ ନାହିଁ
ସ୍ୱର ତା କୋକିଳ ଭଳି l
କାହା ଶରୀରର ବିକୃତି କୁ ଦେଖି
ହତାଦର କର ନାହିଁ,
ନିଜ ମନେ ଥିବା ଖରାପ ଭାବନା
ରଖ ନିଜଠୁ ଦୂରେଇ l
ମସ୍ତିଷ୍କ ର ରୋଗ ଯୋଗରୁ ଅନେକ
ମାନସିକ ରୋଗ ହୁଏ,
ଚିକିତ୍ସା ଓ ସ୍ନେହ ଆଦର ବଳରେ
ଭଲ ହୋଇଯାଇଥାଏ l
ଜାଣି ଶୁଣି ଯଦି କୁପ୍ରବୁର୍ତ୍ତି ଯୋଗୁଁ
ବିକୃତ କରିବ ମନ,
ପରିବାର ସହ ସମାଜ ପାଇଁ
ହେବ ଚିନ୍ତାର କାର
ଣ l
ମାଦକ ଜାତୀୟ ଖାଦ୍ୟ ଦ୍ରବ୍ୟ ସବୁ
ମନକୁ କରେ ବିଭ୍ରାନ୍ତ,
ସେସବୁ ଦ୍ରବ୍ୟ ରୁ ଦୂରେଇ ରହିବା
ଅଟଇ ସଦା ଉଚିତ l
ଦେହ ଯଦି ଥିବ ଚହଟ ଚିକ୍କଣ
ଭାବନା ଯଦି ବିକୃତ,
ସମାଜ ରେ ଆଣେନାନା ଅସୁବିଧା
ସର୍ବେ ତାପାଇଁ ବିବ୍ରତ l
ଲୋଭ ମୋହ ବଶେ ମାନବପ୍ରକୃତି
ବିକୃତ ଭାବନା ବହେ,.
ଅନ୍ୟକୁ ଲୁଟିବା ଭଣ୍ଡିବା ଠକିବା
କାର୍ଯ୍ୟ ରେ ମଗନ ରହେ l
ମନର ବିକୃତି ଦୂର କରିଥାଏ
ସତଚିନ୍ତା ସତକର୍ମ,
ଈଶ୍ୱରଙ୍କ ପାଦେ ଧ୍ୟାନ ଧାରଣାରେ
ତୁଟିଯାଏ ମନ ଭ୍ରମ l
ଧର୍ମ ପୁସ୍ତକ ର ପଠନେ ଚିନ୍ତନେ
ମନ ବିନିଯୋଗ କର,
ବିକୃତ ମନକୁ ସଂସ୍କାରିତ କରି
ଜାତକର ସୁଵିଚାର l