STORYMIRROR

Panchanan Jena

Tragedy

4  

Panchanan Jena

Tragedy

ବିଜୟମନ୍ତ୍ର

ବିଜୟମନ୍ତ୍ର

2 mins
7

କବିତା - ବିଜୟମନ୍ତ୍ର
ରଚନା - ପଞ୍ଚାନନ ଜେନା
ତାରିଖ -୨୭-୦୯-୨୦୨୫
+++++++++++++++
 ବର୍ଷା ବିଧୌତ ଶାନ୍ତ କାନ୍ତ ରଜନୀ
ଶେଷ ଶ୍ରାବଣର ଶେଷ ଉତ୍ପାତରେ
ଜଳମଗ୍ନ ଧରା ଧରିତ୍ରୀ ଧରଣୀ

 ନିରୋଳା ନିସ୍ତବ୍ଧ ପ୍ରହର
ଶୋଇ ପଡିଲେଣି ବୋଧେ ସବୁ ରାତ୍ରିଚର
 କାଁ ଭାଁ ପେଁ ପାଁ ଜାତୀୟ ରାଜପଥରେ
 ଦ୍ରୁତ ଗତିମାନ କୋଇଲା ବୋଝେଇ ଟ୍ରକ୍ ଟ୍ରେଲର୍

 ବାହାରେ ବର୍ଷାର ଗଳ ଗଳ ଚିତ୍କାର ସିତ୍କାର
ମନ ଅଳିନ୍ଦରେ ଆଜି ଅଗଣିତ ଆର୍ତ୍ତନାଦ
ଚିନ୍ତନ ମନନ ଆଲୋଡ଼ନ ଆୟୋଜନ ଶିବିର
 ଅଛିଣ୍ଡା ଗଣିତ ପରି ଅସରନ୍ତି ଇସ୍ତାହାର

 ମାନବ ସଭ୍ୟତାର ସ୍ୱରୂପ ପ୍ରାରୂପ
 ଆମୂଳଚୂଳ ବିସ୍ତାର କଲେ
 ବିସ୍ତାରିତ ପ୍ରସାରିତ ନେତ୍ର ଖୋଲି ଆଲୋଚନା କଲେ
 ଅଲିଖିତ ପ୍ରାଗ୍ ଐତିହାସିକ ଯୁଗଠାରୁ
ଆଜିର ଏକବିଂଶ ଶତାବ୍ଦୀର
ବିଶ୍ଵ ବିଜୟୀ ବିଜ୍ଞାନୀ ସମାଜ ଯାଏଁ
ତର୍କ ବିତର୍କ କଲେ
 ବିହାଙ୍ଗାବଲୋନ କଲେ
ମନକୁ ମନ ବୁଝି ହୁଏ ଗୋଟିଏ ମନ୍ତ୍ର
 ନିଜଲୋକ ପାଇଁ ସର୍ବଦା ଉଦାର ଯନ୍ତ୍ର
ଅନ୍ୟ ଦେଶ ଜାତି ସମାଜ ପାଇଁ କଠୋର ତନ୍ତ୍ର
 ନିଜ ଜାତି ପାଇଁ ସୁବିଧା ଶାସନ ତନ୍ତ୍ର
ପରାଜିତ ଜାତି ପାଇଁ କ୍ରୀତଦାସ ପ୍ରଥା
ଶୋଷଣ କଷଣ ଲୁଣ୍ଠନ ଦମନ
 ପ୍ରଥମ ଓ ଶେଷ ମନ୍ତ୍ର

 ନୀଳନଦୀ ସଭ୍ୟତା ହୋଇପାରେ ସୁପ୍ରାଚୀନ ସୁଦୁର ପ୍ରସାରୀ
 ସୁମେର ମେସୋପଟାମିଆ ଟାଇଗ୍ରୀସ୍ ଇଭ ଫ୍ରେଟେସ୍ ସଭ୍ୟତା ବି ହୋଇପାରେ ଅତି ପ୍ରାଚୀନ ଦିଗନ୍ତ ବିସ୍ତାରୀ
ହରପ୍ପା ମହେଞ୍ଜୋଦାରୋ ସିନ୍ଦୁଘାଟି ସଭ୍ୟତା ବି
 ହୋଇପାରେ ଉନ୍ନତ ପ୍ରସାରୀ
 ହୁଆଙ୍ଗହୋ ଚୀନ ଦେଶର ସଭ୍ୟତା
ହୋଇପାରେ ଅସରନ୍ତି ପ୍ରହରୀ
 ସ୍ଵର୍ଣ୍ଣାଭ ଗ୍ରୀକ୍ ସଭ୍ୟତା କଥା କୁହ 
  ଏଥେନସ୍ ବା ସ୍ପାର୍ଟା ସଭ୍ୟତାର ଗୁମର କଥା କୁହ
 ଫରାସୀ, ଆମେରିକା ,ରୁଷ୍ ବିପ୍ଲବ କଥା
 ସବୁ ଗୋଟିଏ ଭାଡିର ପାରା
 ସମସ୍ତେ ଏହି ମନ୍ତ୍ରକୁ ସାକାର କରିଛନ୍ତି
 ପରାଜିତ ଜାତିର ରକ୍ତରେ ହୋଲି ଖେଳିଛନ୍ତି

 ଘୋର ପରିତାପର ବିଷୟ ଏହି କି ଯେ
 ପାଞ୍ଚ ଦଶ ହଜାର ବର୍ଷ ପୂର୍ବେ
 ଆରମ୍ଭ ହୋଇଥିବା ଏହି ମହାମନ୍ତ୍ର
ଆଜି ବି ଶୁଣାଯାଏ ଅତ୍ର ତତ୍ର ସର୍ବତ୍ର
 ରୁଷିଆ - ୟୁକ୍ରେନ ଡ୍ରୋନ୍ ଯୁଦ୍ଧରେ
ଇସ୍ରାଏଲ୍ - ହାମାସ୍ କ୍ଷେପଣାସ୍ତ ମାଡ଼ରେ

 ଯୁଦ୍ଧଜୟ ହିଁ ଅସଲି ବିଜୟ
ଦୁର୍ବଳ ଉପରେ ସବଳ ସାଜେ ଜନ୍ମେଜୟ
 ଅନ୍ୟର ପରାଜୟ ଉପରେ
 ଲେଖା ଯାଇପାରେ ନୂତନ ଇତିହାସ କତିପୟ
ବିବର୍ତ୍ତନବାଦର ଚକତଳେ ଦବିଯାଏ ଅଭ୍ୟୁଦୟ |


Rate this content
Log in

Similar oriya poem from Tragedy