STORYMIRROR

Sarojini Mishra

Classics

4  

Sarojini Mishra

Classics

ବିଜୟା ଦଶମୀ

ବିଜୟା ଦଶମୀ

1 min
9



ନିର୍ମଳ ଆକାଶେ ଶରତ ର ଚାନ୍ଦ

ମର୍ତ୍ତ୍ୟେ ଆଣିଲା ବାରତା

କାଶତଣ୍ଡୀ ନାଚି ଶ୍ଵେତ ଚାମରରେ

ମାତା ସମ୍ଭାଷଣ କଲା ।


ଆଶ୍ୱିନ ମାସର ଶୁକ୍ଳ ଦଶମୀ ଯେ

'ଦଶହରା' ନାମେ ଖ୍ୟାତ

ଏ ଦିବସ ସଙ୍ଗେ ବିଜୟ ଜଡିତ

'ବିଜୟା ଦଶମୀ' ସେତ |


ସତ୍ୟ ଯୁଗେ ଦୈତ୍ୟ ମାନଙ୍କ ଉତ୍ପାତ

ବ୍ରହ୍ମା ବରେ ବଳୀୟାନ

ଦେବତା ମାନଙ୍କ ନିଦ ଉଡାଇଲା

ସର୍ବେ ଚ଼ିନ୍ତା ରେ ମଗନ |


ଶୁମ୍ଭ, ନିଶୁମ୍ଭ ଓ ରକ୍ତବୀର୍ଯ୍ୟ ପୁଣି

ଧୂମ୍ରାକ୍ଷ ଓ ଚଣ୍ଡ ମୁଣ୍ଡ

ମଧୁ କୈଟବଙ୍କ ସଙ୍ଗେ ମହିଷା ଯେ

ଦେବେ ଦେଉଥିଲା ଦଣ୍ଡ |


ଦେବ ଶକ୍ତି ନେଇ ମାତା ଙ୍କର ସୃଷ୍ଟି

ଦୁର୍ଗତୀ ନାଶିବା ଅର୍ଥେ

ଆବିର୍ଭୁତ। ମାତା ଦୁର୍ଗା ରୂପେ ପୁଣି

ଦେବ ଆୟୁଧ ଯେ ସାଥେ |


ଅନ୍ୟାୟକୁ ବଧି ନ୍ୟାୟ ପ୍ରତିଷ୍ଠାରେ

ଅସୁର ଙ୍କ ହତ ହୁଏ

ମହିଷା ବିଜୟ ମାତା ଦୁର୍ଗା ପୁଣି

ମହିଷ ମର୍ଦ୍ଦିନୀ ହୁଏ |


ଏଇ ତିଥିରେ ବି ଶ୍ରୀରାମ କରନ୍ତି

'ଅକାଳ ବନ୍ଧନ ' ପୂଜା

ମାତା ଙ୍କ ପରୀକ୍ଷା ଶ୍ରୀରାମ ସଫଳ

ବିଜୟୀ ବରେ ଯେ ରାଜା ।


ବିଜୟୀ ବରରେ ତୃପ୍ତ ରାମଚ଼ନ୍ଦ୍ର

ବିଶ୍ରବା ନନ୍ଦନ ବଧ

ନ୍ୟାୟ ପ୍ରତିଷ୍ଠାରେ ବିଜୟୀ ଲଭନ୍ତି

ଆସାଧ୍ୟ ହୋଇଲା ସାଧ୍ୟ ।


ନବରାତ୍ରୀ ପରେ ଆସେ ଦଶହରା

ବସୁନ୍ଧରା ଉତ୍‌ଫୁଲ୍ଲିତ

ଶରତ କରିଛି ମର୍ତ୍ତ୍ୟ କୁ ସରଗ

ବିଜେ କରିବେ ଯେ ମାତ ।


ଶାରଦୀୟ ମନ୍ତ୍ରେ ଧରଣୀ କମ୍ପିତ

ଧରଣୀ ବାସିନ୍ଦା ମଗ୍ନ

ଗ୍ରାମରୁ ସହର ପାର୍ବଣ ଛୁଆଁରେ

ମାତା ପାଇଁ ଯେ ଉଦ୍‌ବିଗ୍ନ |


ମୃଣ୍ମୟୀ ମୂର୍ତ୍ତି ର ସ୍ଥାପନା ହେଉ ବା

ହେଉ ଦେବାଳୟ ମୂର୍ତ୍ତି

ମାତୃ ପୂଜା ପାଇଁ ଚ଼ଳ ଚଞ୍ଚଳତା

ସବୁରି ମନରେ ସ୍ଫୁର୍ତ୍ତି |


'ବିଜୟା ଦଶମୀ' ବିଜୟ ର ପର୍ବ

ସତ୍ୟ ବିଜୟ ଅସତ୍ୟେ

ଏ ପୁଣ୍ୟ ତିଥିରେ ''ପୁଣ୍ୟ' ର ବିଜୟ

ପାପ ଯେ ହୁଏ ନିପାତେ ।


'ବିଜୟା ଦଶମୀ' ବିଜୟ ପର୍ବରେ

ଆଶିଷ ଦିଅ ଜନନୀ

ଆସୁରିକ ଗୁଣ ବିଲୁପ୍ତ ହେଉ ମାତା

ହେଉ ପୁଣ୍ୟର ପ୍ଲାବନୀ |


ପ୍ରତି ଅନ୍ତରର ପୁଣ୍ୟ ଭାବ ଭରି

ବିଜୟ ହେଉ ସତ୍ୟର

ଧର୍ମର ଡଙ୍ଗାରେ ସୋହାର୍ଦ୍ଦ ଆହୁଲା

ବିଜୟ ହେଉ ପୁଣ୍ୟର ।


ନାରୀ ଶକ୍ତି ର ତୁ ଅଦ୍ଭୁତ ଗାରିମା

ଶକ୍ତି ସ୍ଵରୂପିଣୀ ମାତା

ମାନବିକ ବୋଧ ବିଜୟ ଆଣୁ ମା'

କ୍ଷୁର୍ଣ୍ଣ ହେଉ ଯେ ପଶୁତା |


ହିଂସା, ଦ୍ଵେଷ, ମିଥ୍ୟା, କ୍ରୋଧ ପରେ ମାତା

ପ୍ରେମର ବିଜୟ ହେଉ

ବସୁନ୍ଧରା ହେଉ ପ୍ରୀତିମୟ ପୁଣି

ପୁଣ୍ୟ ଗଙ୍ଗା ବହି ଯାଉ ।




Rate this content
Log in

Similar oriya poem from Classics