ବିଜ୍ଞାନ
ବିଜ୍ଞାନ


ଗାଇ ଗୋବର ଘର ଦୁଆର
କରନ୍ତି ଲିପା ପୋଛା
ବିଜ୍ଞାନ ତାକୁ ମାନିଛି ଆକୁ
ଜୀବାଣୁ ମାରେ ଗୋଛା।
ଘର ଆଗରେ ତୁଳସୀ ଗଛ
ଶକତି ଦିଏ କେତେ
ଧର୍ମୀୟ ଭାବ ମଙ୍ଗଳ କାମ
ଜୀବନ ପାଇଁ ଯେତେ।
ପୂଜା ପରବ ପାଳି ସରବ
ଖୁସି ହୁଅନ୍ତି ଲୋକ
ପନିପରିବା ଶରୀର ହିତ
ବଢାଇ ଥାଏ ଭୋକ।
ବିଜ୍ଞାନ ଗବେଷଣାର ଲାଭ
ମହତ୍ ଜନ ସେବା
ତାଠାରୁ ଯାହା ନମିଲେ ତାହା
ଈଶ୍ୱର ଭକ୍ତି ଦେବା।