Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Madhumita Mishra

Inspirational

3  

Madhumita Mishra

Inspirational

ବିଜନତା

ବିଜନତା

1 min
221



ଏତେ ଗହଳି ଭିତରେ ଅଣ-ନିଃଶ୍ୱାସୀ ହୋଇ

ନିଜକୁ ମୁଁ ବାରମ୍ବାର ଖୋଜେ..

କିନ୍ତୁ...ପାଏନା !


ଲାଗେ ଯେମିତି ମୁଁ ସମ୍ପୂର୍ଣ୍ଣ ହଜି ଯାଇଛି

ଏମାନଙ୍କ ଭିତରେ କେଉଁଠି ବୋଧେ ତେଣୁ

ମୋତେ ମୁଁ..ମିଳେନା..।


ଆଉ କେମିତି ପାଇବି ପୁଣି ଥରେ ନିଜକୁ

ଏକଥା ଭାବି ମନଟି ମୋର ଆଉ ଜମାରୁ

କେଉଁଥିରେ ବୁଝେନା...।


କିନ୍ତୁ ନିଜକୁ ହଜେଇ ଯେ ସତରେ

ଏ ଦୁନିଆରେ କେହି ଆଉ କିଛି ବି

ଜାଣି ପାରେନା...।


ଆଉ ସେଥିପାଇଁ ବୋଧେ ଭଲ ଲାଗେ

ବେଳେବେଳେ ଟିକେ ଏକାକୀ ରହିବାକୁ

ମନଟା ଚାହେଁ… ।


ଭିଡ଼ ଭିତରୁ ଦୂରେଇ ନିଜକୁ ଜାଣିବାକୁ

ଏକ ଅଦମ୍ୟ ଇଚ୍ଛାଟିଏ ମନ ଭିତରେ ଧୀରେ

ଉଙ୍କି ମାରେ..।


ଯେଉଁ ଇଚ୍ଛା ଟାଣିନିଏ ପ୍ରକୃତିର ଉଷ୍ମ କୋଳକୁ

ଅବା କେଉଁ ଜନ ଗହଳିଶୂନ୍ୟ କେଉଁ

ବିଜନ ଭୂମିକୁ...।


Rate this content
Log in