Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SACHALA GURU

Tragedy

3  

SACHALA GURU

Tragedy

ବିଜନତା

ବିଜନତା

1 min
219


ସମୁଦ୍ର ତୀରରେ ନିର୍ଜନତା କୂଳେ 

  ବସି ଚିନ୍ତଇ ଭାବୁକ 

ସାଗର ଲହଡ଼ି ଆସିଥାଇ ମାଡି 

  ଜନ ଶୂନ୍ୟରେ ନିର୍ଭୀକ 


ନିରବ ନିର୍ଜନ ହୋଇ ବସିଥାଇ 

  ଭାବନାରେ ଥାଏ ଡୁବି 

କିଏ ସେ ରୂପଶ୍ରୀ ସମ୍ମୁଖରେ ଆସି 

  ଦେଖାଏ ତା ପ୍ରତିଛବି 


କ୍ଷଣେ ଆସିଥାଇ କ୍ଷଣେ ସେ ଉଭାଇ 

  ନିର୍ଜନତା ଜନଶୂନ୍ୟ 

କିଛି କ୍ଷଣ ପରେ ମନରେ ଆଶଙ୍କା 

  ବିଜନତା ପରି ପୂର୍ଣ୍ଣ 


ସାଗର ଦ୍ଵୀପରେ ବସି ସେ ଭାବଇ 

  ନିଜକୁ ସେ ଅସହାୟ 

ଚତୁଃପାଶ୍ୱେ ଶୂନ୍ୟ ବିଜନତା ପୂର୍ଣ୍ଣ 

 ରୁହଇ ସେ ନିରୂପାୟ 


ନିର୍ଜନତା ସ୍ଥାନ ଥାଏ ଦୁଃଖ ପୂର୍ଣ୍ଣ 

  ହୁଅଇ ସେ କଣ୍ଟକିତ 

କେଉଁ ମୁହୂର୍ତ୍ତରେ ସୁଚିନ୍ତା କରଇ 

  ମନ ହୁଏ ପୁଲକିତ 


ନିର୍ଜନ ବନରେ ନର ଶିଶୁ ଥିଲେ 

  ଚଳଣି ତା ପଶୁ ପରି 

ଏକାକୀ ଜୀବନ ଅତିବାହିତରେ 

  ପୂର୍ଣ୍ଣ ତା ନୁହେଁ ତାହାରି 



Rate this content
Log in