Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Meera Tripathy

Others

3  

Meera Tripathy

Others

ବିଜନ ମୁହୂର୍ତ୍ତ

ବିଜନ ମୁହୂର୍ତ୍ତ

1 min
160


ଏକା ଏକା ଚାଲୁଚାଲୁ

କାହିଁକି କେଜାଣି

ନିଃସଙ୍ଗତା ମାଡିପଡେ

ଏହି ବିଜନ ମୁହୂର୍ତ୍ତେ।

ଖୋଜିବାକୁ ଇଚ୍ଛା ହୁଏ

ସାଥି, ସହୋଦର

ହେଲେ...........

ମୁଁ ତ ଏକ ପଥଭ୍ରଷ୍ଟ ପଥିକ।

ନିଃସଙ୍ଗତାରେ ମଥା ପିଟେ

ସାଗରର ଢେଉ

ସେହି ଵିସ୍ତୀର୍ଣ୍ଣ ବେଳାଭୂମିରେ।

ବିଜନତାକୁ ଆପଣେଇ

ମୁଁ ମୂମୁର୍ଷୁ,ମୁଁ କ୍ଷତାକ୍ତ

ଚଞ୍ଚୁରେ ଆହାର ଧରି

ଖୋଜିବୁଲେ ରକ୍ତର କଣ୍ଢେଇ

ହେଲେ ନା..........

ସମସ୍ତେ ଆଜି ହଜିଯାଇଛନ୍ତି

ମୋ ଆଖି ଆଢୁଆଳୁ

କେବଳ ରହିଯାଇଛି

ମୋ ଚାରିପାଖେ

ସେହି ବିଜନ ମୁହୂର୍ତ୍ତ।



Rate this content
Log in