Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bunee Tripathy

Others

4  

Bunee Tripathy

Others

ବୀର ପ୍ରସବିନୀ

ବୀର ପ୍ରସବିନୀ

1 min
320



ବୀର ପ୍ରସବିନୀ ଅଟେ ଜନ୍ମଭୂମି

  ତା କୋଳରେ ଜନ୍ମ ମୋର

କେତେକେତେ ବୀର ଦେଇ ବଳିଦାନ

  ନାମ ରଖିଲେ ଅମର।


ଦେଇ ନିଜରକ୍ତ ସନ୍ତାନ କର୍ତ୍ତବ୍ୟ

   ଜନନୀର ମାନ ରଖି

ବିଦେଶୀ ହାତରୁ ଛଡ଼ାଇ ଆଣିଲେ

  ଫିରଙ୍ଗି ରହିଲେ ଦେଖି।


ମନ୍ଦିର ଗାର୍ତ୍ତରେ ପ୍ରସ୍ତର ବୁକୁରେ

  ଲେଖା ତ ଆଲେକ୍ଷମାନ

ଜାଲିଓ୍ବାଲାବାଗ କହୁଛି ବଖାଣି

   ଇରମର ବଳିଦାନ।


ଅବଧୋ ଶିଶୁ ସେ ବାଜି ରାଉତ ତ

  ପତାଇଲା ଛାତିପରା

ହଟିଯାଇ ନାହିଁ ବୀର ପୁତ୍ର ସିଏ

  ତ୍ରିରଙ୍ଗା ଝୁରୁଛି ପରା।


ଜୟି ରାଜଗୁରୁ ପଡନ୍ତି ତ ମନେ

   ଖୋରଧା ଗଡ଼ରେ ଆଜି

ସେହି ବରଗଛ ଗୁମୁରି ଗୁମୁରି

  ଯାଇଅଛି ଆଜି ହଜି।


ଖୋରଧା ପାଇକ ରଣହୁଙ୍କାର ତ

   ବକ୍ସିର ଥିଲା ପାଥେୟ

କୋରାପୁଟ ମାଟି ଝୁରୁଛି ଆଜିବି

   ଗାଉଛି ଲକ୍ଷ୍ମଣ ଜୟ।



Rate this content
Log in