ବିହନ
ବିହନ
କେହି ରହିନାହିଁ ରହିବେ ନାହିଁଟି
ଅବଗତ ଉଣା ଅଧିକେ ଜନ,
ମୃତ୍ୟୁ ଅନିବାର୍ଯ୍ୟ ଜାଣିଶୁଣି ସୁଧା
ଆଶ୍ଚର୍ଯ୍ୟ ଚକିତ ମାନ ସମ୍ମାନ।
ମିତ୍ତଲ,ଜିନ୍ଦଲ, ଆଦାନୀ, ଅମ୍ବାନୀ
ବିଦେଶକୁ ଧନ ପରିବର୍ତ୍ତନ,
ଯଦି ଗୋପବନ୍ଧୁ ଯଶ ତୁ ରଖିବୁ
କରିଥିବୁ କିଛି ପୁଣ୍ୟ ଅର୍ଜନ।
ଦେଖିନି ଶୁଣିନି ଆଖି କାନ କିଛି
କିଏସେ ପାରିଛି ସାଥିରେ ଧନ,
ଆଗ ପଛ ହୋଇ ଗୋଟିଏ ରାସ୍ତାରେ
ସାପ ପାଟିରେ ବି ବେଙ୍ଗ ଉଚ୍ଛନ୍ନ।
ପ୍ରକୃତି ପାଖରେ ବଳ କା'ର ଅଛି
ଛୁଇଁଲାଣି ଚନ୍ଦ୍ର ଯଦି ବିଜ୍ଞାନ,
ବଞ୍ଚେଇ ପାରିବ ପରମାଣୁ କିଛି
ମାଟିତଳେ ଥିବା ତୁର୍କୀ ଜୀବନ।
ଆଜି ନହେଲେ ବି କାଲିକି ବୁଝିବ
ଗୀତା, ଭାଗବତ ଶ୍ରେଷ୍ଠ ନିଦାନ,
ତ୍ରେତୟା, ଦ୍ଵାପର ଲୀଳା ଖେଳା ସାରି
କଳିରେ ବସିଛି ଚକାନୟନ।
ବଟବୃକ୍ଷ ଭଳି ସତ୍ୟ ଏ ଯୁଗରେ
ପରଖି ଦେଖିବୁ ଖନା ବଚନ,
କୁଳକୁ ଭଜନ ଯଦିରେ କୁଳିଆ
ହରିନାମ ଭଳି ନାହିଁ ବିହନ।