STORYMIRROR

ମୁକ୍ତିରାଣୀ ଦେବତା

Inspirational

3  

ମୁକ୍ତିରାଣୀ ଦେବତା

Inspirational

ବିଦ୍ରୋହର ଵହ୍ନି

ବିଦ୍ରୋହର ଵହ୍ନି

1 min
161



ତୁମେ ପୁଞ୍ଜିପତି ଧନୀକ ଗୋଷ୍ଠୀ

ସଂସାରେ ରହିଛ କିପରି ତିଷ୍ଠି

ପାପରେ ଭାରରେ ନ ଦବି ପୁଣି

ଦେଖାଉଛ ଏଠି ସାହେବ ଠାଣି ।


ଗରିବ ପେଟକୁ ମାରୁଛ ଲାତ

ନିରୀହ ମଣିଷ ପାଉନି ଭାତ

ତୁମ ପିଲା ଛୁଆ ଅୟସ କରେ

ଆମ ଛୁଆ ପୁଣି ଭୋକରେ ମରେ ।


ଦାମିକା ପୋଷାକ ନାଉଛ ତୁମେ

ଛିଣ୍ଡାଫଟା ଲୁଗା ପିନ୍ଧୁଛୁ ଆମେ

ତୁମ ଝିଅ ନିତି ଗାଡିରେ ବୁଲେ

ଆମ ଝିଅ ଏଠି ସାଇକେଲ ପେଲେ ।


ପୁନେଇଁ ପରବ ତୁମରି ଲାଗି

ତୁମେ ଅଟ ଏଇ ସଂସାରେ ଭୋଗୀ

ଦୁର୍ନୀତିର ତୁମ ରହୁନି ସୀମା

କଳା ଧନରେ ଯେ କରୁଛ ଵୀମା ।


ଆଇନ ଆଖିରେ ଦେଉଛ ଧୂଳି

ଗରିବ ଘରଣୀ ସବୁରି ଶାଳୀ

ଆଖିରୁ ଆମର ଝରୁଛି ଲୁହ

ଛାତି ଫାଟିଯିବ ଏତେ ଯେ କୋହ ।


ତୁମ ସାମ୍ରାଜ୍ୟକୁ ଭାଙ୍ଗିବୁ ଦିନେ

ରଖିଥାଅ ଏଇ କଥାଟି ମନେ

ଖଟିଖିଆ ଯେବେ ବିପ୍ଳବୀ ସାଜେ

ଧନୀକ ରକ୍ତରେ ଏ ମାଟି ଭିଜେ ।


      


Rate this content
Log in

Similar oriya poem from Inspirational