ବିଧବା
ବିଧବା
ଧଳା ବସ୍ତ୍ରେ ଆଜି ପରିହିତ ହେଲା
ସଙ୍ଗେ ତା ହଜାଇ ମନ
ଜାଣେ ନାହିଁ ଆଜି ଦୁନିଆ ଟା ତାକୁ
କାହିଁ କରେ ହୀନିମାନ ।
ପାଉଁଶ ତଳର ଗଭୀର ନିଆଁରେ
ଖୋଜି ଘୁରି ବୁଲେ ସ୍ମୃତି
କପାଳ ଟା ତାର ଖାଲି ଦିଶୁଥାଇ
ନଥାଇ ସିନ୍ଦୂର ଜ୍ୟୋତି ।
ଏକାନ୍ତରେ ବସି ନିତି ଝୁରି ହୁଏ
ମନେ ପକାଏ ସେ ନିତି
ଆଖିର ଲୁହ କୁ ଓଠେ ଚାପିଦିଏ
ଫେରିବ କି କାଳେ ସାଥି ।
ଜୀବନ ଟା ତାର ଫିକା ପଡ଼ିଗଲା
ନ ପାଏ ସାଥିର ପ୍ରିତୀ
କେମିତି ଜିଇଁବ ଜୀବନେ ସେ ଏବେ
ଭାବି ଝୁରି ହୁଏ ନିତି ।