Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banasmita Panda

Tragedy Fantasy

3  

Banasmita Panda

Tragedy Fantasy

ବିଡମ୍ବନା

ବିଡମ୍ବନା

2 mins
185



ଦେବୀ ସହ ତୁଳନା ତୋର

ତୁଳସୀ ସହ ତୁଳନା ତୋର

ସତରେ କଣ ତୁ ଚାହୁଁ

ଦେବୀ ହେବାକୁ ନା

ତୁଳସୀ ହେବାକୁ !

ତୁ ଯେ ବିଧାତା ଗଢ଼ିଥିବା

ସାମାନ୍ୟ ମଣିଷଟିଏ 

ମୁଁ ଯେ ସେ ତୋର

କିଛି ଅକୁହା କୋହ

ଅନୁଭବ କରେ ମଣିଷଟିଏ

ହେବାକୁ ତୋର ଇଚ୍ଛା !

ଖାଲି ନାରୀ ବୋଲି କଣ ସବୁ

ପ୍ରକାର ନୀରବତା ଏବଂ ସହିଷ୍ଣୁତା

ର ଅଳଙ୍କାରରେ କାହିଁକି ବାନ୍ଧି

ହୋଇଯାଇଛି ମୋ ଅସ୍ତିତ୍ବ !!!

ମୁଁ ଭି ଶ୍ରାବଣର ଧାରା ରେ ବନ୍ଧା

ମୁଁ ଭି ବସନ୍ତର ଆଗମନରେ ପାଖୁଡାଟି

ପରି ଫୁଟିବାକୁ ଇଚ୍ଛା

ଉଡ଼ନ୍ତା ବିହଙ୍ଗ ପରି ଆକାଶର

ବାଦଲକୁ ଛୁଇଁବାକୁ ଇଛୁକ

ଗ୍ରୀଷ୍ମର ତାତି ପରି ମୋ ଭିତରେ

ଅନେକ କଷ୍ଟ

କାହିଁକି ପ୍ରକୃତି ଗଢିଛି

ମୋ ପାଇଁ କିଛି ବାଧା !!!

ଶୈଶବ ମା ର ପଣତେ

ଯୌବନ ବାପା, ଭାଇ

କାନ୍ଧେ ବୋଝ

ନିରବତାର ଅଳଙ୍କାର ବିହୁନେ

ପାଦର ଅଳତା ସୁଖୀ ନ ଥିବ

ସ୍ୱାମୀର ଅତ୍ୟାଚାର

ବୃଦ୍ଧା ବୟସେ ନଅ ମାସେ ଯାହାକୁ

ଗର୍ଭରେ ରଖଇ ସେ କୁହେ

ଗର୍ତ୍ତକୁ ନ ଯାଇଥିବା ବୋଝ

ସତରେ କାହିଁକି ଏ ଦେବୀ ହେବାର

ପ୍ରଲୋଭନ ଏବଂ ପ୍ରହସନ

ନିର୍ମଳିଲତା ନାମଟି ବେଶ ମାନେ

ଏ ଜୀବନ ପ୍ରକ୍ରିୟାକୁ !!!

ଅର୍ଦ୍ଧାଙ୍ଗିନୀ ସତରେ କଣ ଏ ଶବ୍ଦଟି

ମର୍ତ୍ତ୍ୟଲୋକ ପାଇଁ ପ୍ରଯୁଜ୍ୟ

ଯଥା ରାବଣସ୍ୟ ମନ୍ଦୋଦରୀ

ଯଥା ମହାଦେବସ୍ୟ ପାର୍ବତୀ

ଯଥା ରାମସ୍ୟ ସୀତେ

କଣ ଏହାର ପରିଭାଷା ଅଷ୍ଟମଙ୍ଗଳାର

କେଇଟା ଦିନ ଭିତରେ ପରିବର୍ତ୍ତିତ

ହୋଇଯାଏ

କାହିଁକି କେବେ ଶୁଭେନି

ଯଥା ସ୍ୱାମୀସ୍ୟ, ସ୍ତ୍ରୀ

ବୋଧେ ଏ ମନୁଷ୍ୟ

ବୁଝିପାରନ୍ତା ତାର ଅସ୍ତିତ୍ବ

ନ କରନ୍ତା କେବେ କୌଣସି

ଦେବତା ସହ ତୁଳନା !!!

ହସିବ କିନ୍ତୁ ଶବ୍ଦ ନ ଥିବ

କାନ୍ଦିବ କିନ୍ତୁ ଲୁହ ନ ଥିବ

ଗାଇବ କିନ୍ତୁ ଅନ୍ତରେ

ଚାଲିବ କିନ୍ତୁ ଚିହ୍ନ ନ ଥିବ

ବଞ୍ଚିବ କିନ୍ତୁ ଜୀବନ ନ ଥିବ

ବୋଧେ ଏହାକୁ ନାରୀର

ବିଡମ୍ବନା କୁହାଯାଏ

ନା ସମାଜ ଆଉ କିଛି ନାମଙ୍କନ

ରଚିଛି ଏହା ପାଇଁ !!!



Rate this content
Log in