Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Inspirational

4.0  

Sambit Srikumar

Inspirational

ବିଡ଼ମ୍ବିତ ନ୍ୟାୟ

ବିଡ଼ମ୍ବିତ ନ୍ୟାୟ

1 min
168


ସରିଗଲା ତୁମ ବିଶ୍ୱ ପ୍ରସିଦ୍ଧ ରଥଯାତ

ଶ୍ରୀଗୁଣ୍ଡିଚା ଠାରୁ ସାନ୍ଧ୍ୟ ଦର୍ଶନ ପୁନଶ୍ଚ ବାହୁଡ଼ା 

ରାଜରାଜେଶ୍ଵର ସୁନାବେଶ ଅଧର ପଣା

ମହାଲକ୍ଷ୍ମୀଙ୍କର ମାନ ଭଞ୍ଜନ ନିଳାଦ୍ରୀ ବିଜୟ

କ୍ଷୀର ମଣୋହୀ ସେବା ରସଗୋଲା ଦିବସ!!


ତୁମ ପାଇଁ ହେଲା କେତେ ବ୍ୟବସ୍ଥା ବନ୍ଦୋବସ୍ତ 

ମାଳ ମାଳ ଆରକ୍ଷୀ ଅସଂଖ୍ୟ ସଇନ ସାମନ୍ତ ଛାଉଣୀ 

ଲୋକାରଣ୍ୟ ତୁମ୍ଭ ବଡଦାଣ୍ଡ ମୁଣ୍ଡ ନହୁଅଇ ଗଣି 

ସବୁ ହେଲା ତୁମ ଇଛାନୁଯାୟୀ ତୁମ ଇଛା ପୂର୍ଣ୍ଣ ହେଲା 

ମାତ୍ର ପୀଡ଼ିତା ବାଳିକାକୁ ନ୍ୟାୟ ନ ମିଳିଲା!!


ଝଡ଼ି ପଡ଼ିଲା ଜୀବନ ଅକାଳେ ନିଠୁର ଦାବାନଳରେ

ପ୍ରଭାବଶାଳୀଙ୍କ ଅପତ୍ଯବର୍ଗର ମାନସିକ ନିର୍ଯ୍ୟାତନାରେ 

ମାତାପିତା ନ୍ୟାୟ ପାଇଁକି କରନ୍ତି ରୋଦନ ରାଜପଥ ଧାରେ

ଅନ୍ଧାରୀ ମୂଲକ ଇଏ ନ୍ୟାୟ ବଦଳେ ମିଳଇ ତାଡ଼ନା 

ରକ୍ଷକ ସାଜି ଭକ୍ଷକ କରଇ ଚରିତ୍ର ହରଣ କୁତ୍ସାରଟନା!!


ଉତ୍କଳ ଭୂଖଣ୍ଡର ତୁମେ ହିଁ ତ ଏକାଙ୍ଗ ଚକ୍ରବର୍ତ୍ତୀ ଅଧୀଶ୍ଵର 

ରାଜା ମହାରାଜା ଯେତେକ ହୁଅନ୍ତି ରାଉତ ତୁମ୍ଭର 

ଏଠିକା ଶାସକ ପ୍ରଶାସକ ତୁମ୍ଭର ସେବକ ମାତର 

ତୁମ୍ଭ ଦରବାରେ ଧନୀକ ଦରିଦ୍ର ସଭିଏଁ ଏକଇ ସମାନ 

କୁହ ତେବେ କିଆଁ ତୁମ୍ଭେ କର ଏତେ ପାତର ଅନ୍ତର??


ହେ ମାୟାଧର ମାୟାଧୀଶ! 

ତୁମେ ତ ବିଶ୍ୱ ବ୍ରହ୍ମାଣ୍ଡର ଶ୍ରେଷ୍ଠ ନ୍ୟାୟାଧୀଶ

ତେବେ କିଆଁ ପୁଣି ଏଠି ନ୍ୟାୟ ଏତେ ମହଙ୍ଗା?

ଅସହ୍ୟ ହେଉଛି ମହାପ୍ରଭୁ ଏଠି ଅନ୍ୟାୟ ଅତ୍ୟାଚାର 

ସାଧୁର ପରିତ୍ରାଣ କଥା କି ତୁମ୍ଭର ହୋଇଛି ପାଶୋର??


କୁହ ବାରେ ତ୍ୟାଗ କରି ରତ୍ନବେଦୀ ନୀଳ କନ୍ଦର 

କେବେ ହେ ସାଜିବ ତୁମ୍ଭେ କଳ୍କୀ ଅବତାର?

ଅଶ୍ବ ଆରୋହଣ କରି ରଚିବ ମହାସମର 

କଳି କଳୁଷରୁ ନିଷ୍ପାପ ଜନଗଣକୁ କରିବ ଉଦ୍ଧାର 

ଉଡାଇବ ସସାଗରାଧରାରେ ବୈଜୟନ୍ତୀ ଧର୍ମର!! 



Rate this content
Log in

Similar oriya poem from Inspirational