ବିଦାୟ କବିତା
ବିଦାୟ କବିତା
ଥିଲା କେତେ କଥା
ହୃଦୟର ବ୍ୟଥା
କହିପାରିଲିନି ବେଶି
ଲେଖିବାକୁ ଭାବି
ପାରିଲିନି ଲେଖି
ବିଦାୟ ହେ ପରଦେଶୀ.
ଆଜିର ଘଟଣା
କାଲି କି ଅତୀତ
ଅତୀତ ତ ଇତିହାସ
ସ୍ମୃତିରେ ସାଇତା
ପୃଷ୍ଠା ପରେ ପୃଷ୍ଠା
ଦୁଃଖ ସୁଖ ଅନୁପ୍ରାସ.
ଚୁପି ଚୁପି ତୁମେ
ଆସିଥିଲ ଯେବେ
ନୂତନ ସପନ ନେଇ
ହୃଦୟ କାନନେ
ରଚିଥିଲ କେତେ
ଫୁ
ଲ ଫଗୁଣର ଛାଇ.
ଦିନ ଯାଏ ଚାଲି
ଚିହ୍ନ ଯାଏ ରହି
ହୃଦୟ ପାରେନି ଭୁଲି
ମାନସ ପଟରେ
ଲିପିବଦ୍ଧ ସବୁ
ଆଜି ବଦଳିଛି କାଲି.
ଜୀବନ ଯନ୍ତ୍ରଣା
ସୁପ୍ତ କଳପନା
ତୁମେ ପାରିଥିଲ ବୁଝି
ଆଧାରହିଗଲା
ଇଚ୍ଛା ଅଭିଳାଷ
ସମୟ ସହିତ ଯୁଝି.
ତୁମେ ତ ଆରମ୍ଭ
ତୁମେ ପୁଣି ଶେଷ
ନବ ଯୌବନର ସାଥେ
ସ୍ୱାଗତ ବିଦାୟ
ଭାବ ବିନିମୟ
ତୁମ ପାଇଁ ସୃଷ୍ଟି କେତେ ।