STORYMIRROR

shaikh mozahid mahatab

Inspirational Others

3  

shaikh mozahid mahatab

Inspirational Others

ବିଦାୟ ୨୦୨୧

ବିଦାୟ ୨୦୨୧

1 min
237



ଶୀତୁଆ ରାତ୍ରିରେ ବିଦାୟ ନିଅ ଗୋ

   ପୁରୁଣା ସ୍ମୃତିକୁ ଦେଇ

ନୂଆ ନୂଆ ସବୁ କାଲିଠୁ ଲାଗିବ

   ସୁରୁଜ ଆସିଲେ ଉଇଁ......... (1)


ତୁମକୁ ଭୁଲିବା ସମ୍ଭବତଃ ନୁହେଁ

    ବାଧ୍ୟ କର ଆଜି କାହିଁ

ସମୟ ସାଥିରେ ତୁମେ ଚାଲି ଯାଅ

   ସୁଖ ଦୁଃଖ ସାଥେ ନେଇ..... (2)


ତୁମ ସାଥେ ମୋର ଅଛି କେତେ ଭାବ

   କହିବି କାହାକୁ ଭାବେ

ହସ ଲୁହ ଆଉ ସ୍ନେହ ପ୍ରେମ ସବୁ

  ଉପହାରେ ଦିଅ ମାଗେ......(3)


ବାର ମାସ ଛଅ ଋତୁ କାଟିଦେଲି

  ତୁମରି ସାଥିରେ ରହି

ଆଜି କାହିଁ ଏତେ ବାଧୁଛି ଜାଣିନି

  ବିଦାୟ ଦେବାକୁ ଯାଇ........ (4)


ଯାଅ ତୁମେ ଏବେ ରାତ୍ରୀରେ ଅଧାରେ

    ଦଉଛି ଏବେ ବିଦାୟ

ତୁମରି ସ୍ମୃତିକୁ ହୁଦୟରେ ରଖି

   କାଟିବି ସାରା ସମୟ...... (5)



Rate this content
Log in

Similar oriya poem from Inspirational