Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

4  

Biswanath Nayak

Others

ବିଚ୍ଛେଦ

ବିଚ୍ଛେଦ

1 min
223



ଆକାଶେ ଉଦିତ ଚନ୍ଦ୍ରମା ମୁଖକୁ

ଚାହିଁଣ କହିଲା କଇଁ। 

ତିଳେହେଁ ତୁମର ବିଚ୍ଛେଦ ହେ ପ୍ରିୟ !

ମୁହିଁ ସହି ନ ପାରଇ। 


ଜାଣିଛ ଗୋ ତୁମେ ତୁମକୁ ଦେଖିଲେ

ମୋ ମୁହଁରେ ଫୁଟେ ହସ। 

ଆକାଶରେ ଯେବେ ତୁମକୁ ନଦେଖେ

ମନ ମୋ ହୁଏ ବିରସ। 


ତେଣୁ ଚାହେଁ ମୁହିଁ ତୁମେ ମୋ ସମ୍ମୁଖେ

ସଦା ଥାଅ ଆକାଶରେ। 

ନିରେଖୁଥିବି ମୁଁ ତୁମ ଚନ୍ଦ୍ରମୁଖ

ସଦା ମୋ ନେତ୍ରପଥରେ। 


ନଥିବ ବିଚ୍ଛେଦ ନଥିବ ବିରହ

ନଥିବ ଆଉ ଏ ଦୁଃଖ। 

ତୁମ ମୁଖ ଚାହିଁ ଲଭୁଥିବି ପ୍ରିୟ !

ସଦା ମୁଁ ଜୀବନେ ସୁଖ। 


କହିଲା ଚନ୍ଦ୍ରମା ଶୁଣ ଆଗୋ ପ୍ରିୟା !

ମିଳନ ଆଉ ବିଚ୍ଛେଦ। 

ଦୁନିଆର ଏହା ଚିରନ୍ତନ ସତ୍ୟ

ଏଥିରେ ନପାଅ ଖେଦ। 


ପଥିକେ ଯେପରି କ୍ଳାନ୍ତ ହୋଇ ଆସି

ମିଳନ୍ତି ପାଦପ ତଳେ। 

କ୍ଳାନ୍ତି ମେଣ୍ଟିଗଲେ ନିଜ ନିଜ ବାଟେ

ଚାଲିଯାନ୍ତି ଅବହେଳେ। 


ସେହିପରି ପ୍ରାଣୀ ଜନମ ଲଭନ୍ତି 

ଆସି ଏହି ସଂସାରରେ। 

ମିଳିତ ହୁଅନ୍ତି ପତି ପତ୍ନୀ ପୁତ୍ର 

ଆଉ ଦୁହିତା ରୂପରେ। 


ସରବେ ଚାହାନ୍ତି ନିଜ ପ୍ରିୟଲୋକ

ରହିଥାନ୍ତୁ ସଦା ପାଶେ। 

ବିଚ୍ଛେଦ ନ ଲଭି ମିଳନର ସୁଖ

ସଦା ଲଭିବାର ଆଶେ। 


କିନ୍ତୁ ସର୍ବେ ଏଠି ଅଭିନୟ ସାରି

ଚାଲିଯାନ୍ତି ନିଜ ବାଟେ। 

ନବୁଝି ଏ ସତ୍ୟ ବୃଥାଟାରେ ପ୍ରାଣୀ

ବିଚ୍ଛେଦରେ ମଥା ପିଟେ। 


ମିଳନ ହୋଇଲେ ବିଚ୍ଛେଦ ନିଶ୍ଚିତ

ନୁହେଁ କିଛି ଚିରନ୍ତନ। 

ତେଣୁ ଆଗୋ ପ୍ରିୟା ! ଏ ସତ୍ୟକୁ ମାନି

ଦୁଃଖ କରନାହିଁ ମନ। 



Rate this content
Log in