STORYMIRROR

Prasanna sahu

Romance

3  

Prasanna sahu

Romance

ବିଚ୍ଛେଦ ଜ୍ଵାଳ

ବିଚ୍ଛେଦ ଜ୍ଵାଳ

1 min
116


ତୁମରି ବିଚ୍ଛେଦ

ଅସହ୍ୟ ହେଲାଣି

ଲାଗିଲାଣି ବିସ ଭଳି,

ଏହି ବିଷ ଜ୍ଵାଳା

ନାଗ ବିଷ ଠାରୁ

ବହୁତ ଯାଇଛି ବଳି।


କିପରି ସହିବି

ଏହି ବିଷ ଜ୍ଵାଳା

ଭାବି ମୁଁ ପାରୁନି ସାଥୀ,

ଜାଣିଛ କି କୁହ

ସହିବି କିପରି

ବିଚ୍ଛେଦ ର ଜ୍ଵାଳା ଅତି।


ନେଉ ନାହିଁ ପ୍ରାଣ

ଏହି ବିଷ ଜ୍ଵାଳା

କଷ୍ଟ ଦିଏ ହୃଦୟରେ,

କିସ ମୋହୋଷଧି

ଜାଣିଛ କୁହ ହେ

ଶୁଣି ନେବି ମୁହିଁ ଥରେ।


Rate this content
Log in