Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ବିଚାରପତି ନିଯୁକ୍ତି

ବିଚାରପତି ନିଯୁକ୍ତି

1 min
208



ନିର୍ମଳ ହୃଦୟ ସ୍ୱଚ୍ଛ ସୁଵିଚାର ସକାରାତ୍ମକ 

ଦୃଢ଼ ମନୋବୃତ୍ତି

ମନ ଧ୍ୟାନ ଦେଲେ ଦ୍ଵିଧାହୀନ ନିଷ୍ପତ୍ତିରେ 

ମଣିଷ ପାଏ ଶକ୍ତି ।୧।


ଅସ୍ଥିର ମନ ଓ ମନ ଓ ହୃଦୟ ମଧ୍ୟରେ ନାହିଁ 

ଯେବେ ସମନ୍ୱୟ 

ଭାବନାରେ ନାହିଁ ଥଳ କୂଳ ମନ ହେବ ତ୍ରସ୍ତ 

ହୃଦୟ ତ ଅଥୟ ।୨।


ବିଚାରପତି ଆସନରେ ବସି ମନ ଯଦି ଚାହେଁ 

ସୁଯୋଗ ସୁବିଧା 

ବିବେକ ବିପର୍ଯ୍ୟସ୍ତ ବିଚାର ନୀରପେକ୍ଷ ହେବା

ରେ ଦେବ ବାଧା ।୩।


ଦୃଢ଼ ନୀତି ଓ ଆଦର୍ଶ ଅଭାବରେ ବିଚାରରେ 

ତ ହେବ ଅନ୍ତରାୟ 

ସ୍ୱଚ୍ଛ ହୃଦୟ ଦୃଢ଼ ନୀତି ଆଦର୍ଶ ମଣିଷ ନିଯୁକ୍ତ 

ନିଷ୍ପତ୍ତିର ନିର୍ଣ୍ଣୟ ।୪।


ବ୍ୟକ୍ତିତ୍ଵ ମଣିଷର ଗଢ଼ା ହୋଇ ଥାଏ ପରିସ୍ଥିତି 

ଓ ପରିବେଶରେ

ସୁନାମ ବ୍ୟକ୍ତିର ବ୍ୟକ୍ତିତ୍ୱ ଗଢ଼ା ହୋଇଥାଏ ତା

କାର୍ଯ୍ୟର ଶେଷରେ ।୫।


ଆମେ କୋର୍ଟ କଚେରୀରେ ବିଭିନ୍ନ କେଶ୍ ରେ 

ବର୍ଷ ବର୍ଷ କାମ କରି 

ଅଭିଞତାରୁ ଏତିକିତ ନଶ୍ଚିତ ଧାରଣା ଅଛୁ 

ଆମେ ସବୁ ଧରି ।୬।


ଜାଣିଛୁ ଅଭିଞତାରୁ, ସତ କହିବାକୁ ଜୀବନେ 

ଡରି ଥାଆନ୍ତି ଯିଏ 

ସତ୍ଯ ସମ୍ମୁଖକୁ ନଆସିବାଟାକୁ ମଣନ୍ତି ଜୀବନ 

ଧର୍ମ, ଭୀରୁ, କାପୁରୁଷ ସିଏ ।୭।


ଗୋଟିଏ ମିଛରୁ ହଜାରେ ମିଛ, କର୍ମରୁ ଜଣା

ପଡେ ଛିଡ଼ିଛି ତା ବିଶ୍ୱାସ ଡୋରି 

ମିଛୁଆକୁ ଜେରାକଲେ ସଦା ହୁଏ ଛନ୍ଦି-ମନ୍ଦି 

ତାର ମଣିଷ ପଣିଆ ଯାଇଥାଏ ମରି ।୮।


ସେପରି ବ୍ୟକ୍ତିକୁ ବିଚାରପତି ଆସନରେ ନିଯୁକ୍ତି

ପାଇ ବସିବ

ସୁଯୋଗ ସୁବିଧା ମନ ଯଦି ଚାହେଁ ତା ବିଚାର 

ନୀରପେକ୍ଷ କିପରି ହେବ ।୯।



Rate this content
Log in