Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

ବିଶ୍ଵଜିତ ସାହୁ

Others

4.0  

ବିଶ୍ଵଜିତ ସାହୁ

Others

ବିବାହ

ବିବାହ

1 min
336


ସଂସାର ନଈକୁ ପାରିହେବା ପାଇଁ

ଲୋଡା ଦୁଇ ଗୋଟି କାତ,

ସାଥୀଟିଏ ଥିଲେ କଣ୍ଟକିତ ପଥ

ହୋଇଥାଏ କୁୁୁସୁମିତ।

ଦୁଃଖ ବୁଝୁୁଥିବା ସୁଖ ବାଣ୍ଟୁଥିବା

ସାଥୀଟିଏ ଚାହେଁ ମନ,

ସେଥିପାଇଁ ବୋଧେ ଆମ ସମାଜରେ

ବିବାହର ଆୟୋଜନ।

ଦେହର ନୁହେଁ ସେ ମନର ମିଳନ

ସଂପର୍କ ସେ ହୃଦୟର,

ସାତ ଜନ୍ମ ପାଇଁ ପତିପତ୍ନୀ ଦୁହେଁ

ହୋଇଥାନ୍ତି ଆପଣାର।

ସବୁୁକିଛି ଛାଡ଼ି ପତିିଙ୍କ ପାଖରେ

ପତ୍ନୀ ହୁଏ ସମର୍ପିତ,

ସିନ୍ଥିରେ ସିନ୍ଦୂର ହାତେ ଶଙ୍ଖା ପିନ୍ଧି

ପାଳେ ସିଏ ପତିିବ୍ରତ। 

ଦୁଇଟି ଜୀବନ ଏକକାର ହୁଏ

ଦୁଇ ପରିବାର ସହ,

ଦୁଃଖସୁଖ ବାଣ୍ଟି ଜୀବନ ଜୀଅନ୍ତି 

ଜଣେ ଅନ୍ୟ ଜଣ ସହ।

ବିବାହ ବନ୍ଧନେ ପରିପୂର୍ଣ୍ଣ ହୂୂଏ

ଆଶା ଯେତେ ମନୁଷ୍ୟର,

ସଂପର୍କ ଡୋରିରେ‌ ଗୁନ୍ଥି ହୋଇସାରି

ଖୁସି ହୁଏ ପରିବାର।


Rate this content
Log in