ବିବାହ ବନ୍ଧନ
ବିବାହ ବନ୍ଧନ
ବିବାହ ଏକ ପବିତ୍ର ବନ୍ଧନ
ସମ୍ପର୍କ ଓ ବିଶ୍ୱାସର ଡୋରୀ
ବିବାହ ନଥିଲେ ଦୁନିଆଟା ଲାଗିବ
ରଙ୍ଗହୀନ ପରି ।
ପ୍ରେମ ନୁହେଁ ଏକ ପ୍ରତାରଣା
ପଥରରେ ଯିବ ଭାଙ୍ଗି,
ପ୍ରେମ ଅଟେ ଏକ ବିଶ୍ୱାସ ପର୍ବତ
ରହିଥାଏ ହୋଇ ଗୁଙ୍ଗୀ।
ପ୍ରେମ ନୁହେଁ ଏକ ଛଳନା
ମିଛ କହି ହେବ ପାରି,
ପ୍ରେମ ଏକ କାଚ ଆଇନା
ସତ କହି ଯାଏ ମରି।
ପ୍ରେମ ନୁହେଁ ଖାଲି ବିବାହ ବନ୍ଧନ
ଦୁଇ ଟୋପା ନାଲି ସିନ୍ଦୂର,
ପ୍ରେମ ଅଟେ ଏକ ପବିତ୍ର ସମ୍ପର୍କ
ରହିଥାଏ ହୋଇ ଅମର।