Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Panchanan Jena

Tragedy

4  

Panchanan Jena

Tragedy

ଭୟାନକ ଜଙ୍କସନ୍

ଭୟାନକ ଜଙ୍କସନ୍

1 min
374



ବାପାଙ୍କ କାନ୍ଥଟଙ୍ଗା ଫଟୋରେ 

ମଉଳା ଶୁଖିଲା ଫୁଲମାଳ 

ପଙ୍ଖା ପବନରେ ଦୋହଲୁଥାଏ

ମୋତେ ଦେଖିଲେ

 ଚଢ଼େଇ ଡେଣା ଝାଡିଲା ପରି 

ଫଡ଼ ଫଡ଼ କରି କିଛି କହୁଥାଏ ।


"ବାପା ଯେବେ ପୁଅ ହେବୁରେ

ବୁଝିବୁ ଦାୟିତ୍ଵର ଓଜନ ତେବେରେ "


ବାପା ଗଲେଣି ଆରପାରିକୁ 

କେତେ ଦିନୁ

ମୁଁ ବି ଦୁଇଟା ପିଲାର ବାପା 

ହେଲିଣି ଏ ସନୁ 


କିନ୍ତୁ ବୁଝାପଡ଼େନା 

ସଂପର୍କର ଡୋରି

ସ୍ଵାର୍ଥ ରଜ୍ଜୁରେ ଟଣା

 ସଭିଏଁ ସବୁରି


ବାପାଙ୍କ ଶବ ପାଖରେ 

ଲୋକେ ହାଉଯାଉ

 ପ୍ଲାଷ୍ଟିକ କାନ୍ଦଣା ସମବେଦନା 

ବାରିପଡ଼େ ଘଡିକେ ଥାଉ ।


ଚାଙ୍ଗୁଡ଼ି ବନ୍ଧା ଚାଲିଛି ଅଗଣାରେ 

କେତେ ଅଣ୍ଡାଳି ଚାଲିଛନ୍ତି

ତକିଆ ତଳ ପଲଙ୍କ ତଳ

କାନ୍ଥରେ ଟଂଗା କମିଜର 

ଛାତି ପକେଟ ଫାଳ ଫାଳ ।


କିଏ ଖୋଲିଲାଣି କାଠ ଆଲମାରୀ

କିଛି ପାଇଲେନି ବୋଲି

ମୁହଁ ଆମ୍ବିଳା କରି ତୁହାକୁ ତୁହା ଗାଳି

ବର୍ଷଣ କରୁଥିଲେ ଲଗେଇ ପାଳି ।


କଂଜୁସ ବୁଢ଼ା ହାରାମଜାଦା

ନାଆଁ ଧରିଲେ ଖାଇବାକୁ ମିଳିବନି 

ଅଦା କଦା କଦବା

ଅଧୁଲି ସୁଉକି ବି ରଖିନି 

ପେନସନ୍ ଟଙ୍କା ବି ଦିଶୁନି 

ହାତରେ ପଡିଲାନି ।


ବାପାଙ୍କ ସମଲେଶ୍ଵରୀ

 ଗୁଡାଖୁ ଡବା

ପାନ ବଟୁଆ 

ବିଣ୍ଡି ବାଣ୍ଡୁଳି 

ଝକମକି ପଥର 

ଦୁକ୍ତ।ଗୁଣ୍ଡି ମୁଣି

କଳା ଖୋର୍ଦ୍ଧା ଲୋଚାକୋଚା ଲୁଙ୍ଗି

ଧୋତି କେଇ ଖଣ୍ଡ 

ଗୋଟିଏ ପରେ ଗୋଟିଏ ଫେୋପାଡି ଚାଲିଛି

ବାହାରକୁ ଅଗଣାକୁ ।


ଚିଲ୍ଲେଇକି ଶୁଭୁଥାଏ 

ବୁଢାର କିଛି ବି ଜିନିଷ ମୋ ଘରେ

ରଖେଇ ଦେବିନି 

କିଛି ଚାପା ଗୁଞ୍ଜିରଣ

ଝାଣ୍ଠୁଆଣି ବୋହୁ ପାଖରେ ଏ ବୁଢା

ତିଷ୍ଟି ଥିଲା କେମିତି

ମରି ଯାଇଛି ତରି ଯାଇଛି ସେମିତି ।


ମୋ ଆଖିରେ ଲୁହ ଶୁଖି ଯାଇଥାଏ

ଛାତି ତଳେ ବିଶାଳ ଶୂନ୍ୟତା

ମଥାପିଟି କହୁଥାଏ ଝିଙ୍ଗାସୁଥାଏ 

ସଂପର୍କର ଡୋରୀରେ କୀଟାଣୁ ଦଙ୍ଗଶନ

କରେ।ନା ଭୂତାଣୁ ଠାରୁ ଭୟାନକ ଜଙ୍କସନ ।



Rate this content
Log in