ଭୁଲିକି ପାରିବି
ଭୁଲିକି ପାରିବି


ଭୁଲିକି ପାରିବି ତୁମକୁ ହେ ପ୍ରଭୁ
ତୁମ ପାଇଁ ମୋହ ସ୍ଥିତି
ବିଶାଳ ପୃଥିବୀ ବିଶାଳ ପ୍ରକୃତି
ଦେଖି ଲାଗେ ମୋତେ ଭୀତି।
ତୁମେ ନ ଚାହିଁଲେ ପତ୍ର ବି ହଲେନା
ତୁମ ଆଜ୍ଞା ମାନି ନିତି
ସୂରୁଜ ଉଉଁଛି ପବନ ବହୁଛି
ଦିନ ପରେ ଆସେ ରାତି।
ମୋ ଅନ୍ତରେ ଆସ ମୋ ପାଖରେ ବସି
ଭଲ ବାଟ ଦିଅ କହି
ତୁମ ନାମ ଛଡା କିଛି ବି ଜାଣେନା
ତୁମ ଛବି ଆସେ ଭାସି।
ଜୀବନ ଯାତ୍ରାରେ ସଫଳ ହୋଇଛି
କୁଫଳ ପାଇଛି ମଧ୍ୟ
ସାଦରେ ଗ୍ରହଣ କରିଅଛି ନାଥ
ଭାବି ତୁମ ଆଶୀର୍ବାଦ।
ଅନ୍ତିମ କାଳରେ ମୋ ହୃଦ ମନ୍ଦିରେ
ଥରୁଟିଏ ବିଜେ ହେବ
ଚକାଆଖି ଦେଖି ଆତ୍ମା ପକ୍ଷୀ ମୋର
ତୁମ ଠାରେ ଲୀନ ହେବ।