Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Biswanath Nayak

Others

3  

Biswanath Nayak

Others

ଭୁଲ

ଭୁଲ

1 min
396



ଜୀବନ ଚଲାପଥରେ

ତୁମ ସାଥେ ଚାଲୁ ଚାଲୁ

ଜଣା ପଡିଲାନି ମୋତେ

କେତେବେଳେ କେଉଁଠାରେ

ହୋଇଗଲା ଭୁଲ। 

ଯାହା ପାଇଁ ତୁମେ ସବୁ

ମୋତେ ଆଜି ଭୁଲ ବୁଝିଛ। 

ତୁମ ଆଖି ପଲକରେ

ଦେଖି ମୁଁ ପାରୁଛି ଆଜି

ମୋତେ ଦେଖି ନ ଦେଖିଲା ଭାବ। 

ତୁମ ଓଠେ ହସ ଆଜି

ଲାଗେ ଭାରି ମହଙ୍ଗା ମହଙ୍ଗା। 

ଯେହେତୁ ଆମେ ମଣିଷ

ଜୀବନରେ କେବେ କେବେ,

ଭୁଲ ହୋଇପାରେ। 

କାହିଁକି ନା ଭୁଲଟା ହୋଇଯାଏ,

କରାଯାଏ ନାହିଁ। 

ଜୀବନର ଦୋଛକିରେ ଠିଆ ହୋଇ

ଆଗକୁ ଚାଲିବା ଛାଡି

ଯଦି ସମସ୍ତେ ବାଛିବା

ସମସ୍ତଙ୍କ ଭୁଲ୍,

ହେବା ଆମେ ବାଟବଣା,

ଚାଲିବା ଅଟକି ଯିବ,

ପ୍ରଗତି ର ରଥ ରୋକିଯିବ। 

ଜୀବନ ଏକ ପ୍ରବାହ ,

ଯାହା ଅଟେ ଆଗକୁ ଚାଲିବା।

ଆଗକୁ ଆଗେଇ ଯିବା ନାମ ହିଁ ପ୍ରଗତି। 

ତେଣୁ ଆସ ଆମେ ସବୁ

ବୁଝିଯିବା ଭୁଲର ପରିଭାଷା। 

ନିଜେ ନିଜ ଭୁଲ ସୁଧାରିବା। 

ଭୁଲକୁ ସୁଧାରିବା ନାମ ହିଁ ପ୍ରଗତି। 

ଭୁଲକୁ ସୁଧାରି ଦେଇ,

ହାତ ଧରାଧରି ହୋଇ ଆଗକୁ ଚାଲିବା। 

ଜୀବନର ପିଆଲାରୁ ମଧୁ ପିଇ

ସମାଜରେ ହସ ବିତରିବା। 

ତାହେଲେ ହେବନି ଆଉ

ଭୁଲ ବୁଝାମଣା,

ପ୍ରଗତିର ରଥ ରୋକିବନି,

ଦୁନିଆଁରେ ହସ ଆଉ ମହଙ୍ଗା ହେବନି। 



Rate this content
Log in