Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jayashree Maharana

Romance

4.5  

Jayashree Maharana

Romance

ଭୁଲ୍ ଠିକଣା

ଭୁଲ୍ ଠିକଣା

1 min
162


ଭୁଲ୍ ଠିକଣାରେ ପାଦ ମୁଁ ଥାପିଲି

ମନ ହଜାଇଲି ପ୍ରେମ ରାଇଜେ

କ୍ଷଣିକ ସୁଖରେ ଆତ୍ମହରା ହୋଇ

ଭୁଲିଗଲି ମୁହିଁ ନିଜକୁ ନିଜେ ।


ହୃଦୟେ ସାଥିକୁ ରଖିଲି ସାଇତି

ସ୍ୱପ୍ନ ସଜାଇଲି ଦୁଇ ଆଖିରେ

ବାଲିଘର ଗଢି ସାଥି ଭୁଲିଗଲା

ଜଳୁଛି ଆଜି ମୁଁ ପ୍ରତାରଣାରେ ।


ହୃଦୟ ଖୋଜୁଛି ମନ ବିଳାପୁଛି

ସ୍ମୃତି ଅଗଣାରେ ଅଧିର ହୋଇ

ସାଥି ତା'ଠିକଣା ବଦଳାଇଦେଲା

ଭୁଲ ଠିକଣାର ଭରସା ଦେଇ ।


ସୁଖର ସଉଦା କରିବି ଭାବିଲି

ପ୍ରେମର ହାଟରୁ ସାଥିକୁ ପାଇ

ବିଶ୍ୱାସର ମୂଲ୍ୟ ହରାଇ ବସିଲି

ଭୁଲ ଠିକଣାର ବାଟୋଇ ହୋଇ ।


Rate this content
Log in