Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay kumar Panda

Comedy

4.9  

Sanjay kumar Panda

Comedy

ଭୋଟର ମୁଁ ଇଜିମାଲିଆ

ଭୋଟର ମୁଁ ଇଜିମାଲିଆ

1 min
216


ଚିନ୍ତାରେ ପଡ଼ିଛି ଧେଡ଼ ଅଜା ଏବେ 

               କାହାକୁ ସେ ଦେବ ଭୋଅଟ

ମିଳିବନି ତାକୁ ମଦ କି ମାଉଁସ 

               ମିଳିବନି ଅବା ନୋଅଟ ।

ବଡପୁଅ ପରା ହାତରେ ବଇଚି 

               ଗାନ୍ଧୀ ଆଦର୍ଶକୁ ଧରି

କହୁଛି ବାପା ମୁଁ ଜିତିଗଲା ପରେ 

               ବୁଲେଇ ନେବି ଯେ ପୁରୀ ।

ବଡ ବୋହୂଟି ଯେ ଶଙ୍ଖର ଦଳରେ 

               ପାର୍ଟି ଅଛି ପାୱାରରେ

ଶଶୁରଙ୍କୁ କହେ ମୁଁ ଜିତିଗଲେ

               ନିତି ଗାଧୋଇବ ସାୱାରରେ ।

ସାନପୁଅ ପରା ଫୁଲରେ ବଇଚି 

               ଆଛେଦିନ ଆଣିବାକୁ

ଭଲ କରିଦେବ କହୁଛି ଜିତିଲେ 

               ବାପାର ପୁରୁଣା ଅର୍ଶକୁ ।

ବାକି ରହିଗଲା ନାତିଟା ମୋହର

               ଝାଡୁ ଦଳଆଡେ ଯାଆନ୍ତା

ଯିଏବି ଜିତିଲେ ଶାସନ ଡୋରିଟା

               ହାତ ପାହାନ୍ତାରେ ରହନ୍ତା ।


Rate this content
Log in

Similar oriya poem from Comedy