Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Samita Swain

Tragedy

4  

Samita Swain

Tragedy

ଭୋକର ଭୂଗୋଳ

ଭୋକର ଭୂଗୋଳ

1 min
221


ଭୋକର ଭୂଗୋଳ ଦିଶେ ଜଳଜଳ

  ଅଇଁଠା ଖଲିର ପତ୍ର 

ପେଟ ବିକଳରେ ଚାଟୁଛି ଶିଶୁଟି  

   ଆମ ସମାଜ ର ଚିତ୍ର।


ଭୋକର ଭୂଗୋଳ ତା'ର ରୂପ ରେଖ 

   ଅତିକ୍ରମ କରି ସୀମା 

ଅସହାୟ କେତେ ଭୋକର ପାଖରେ 

   ନ ମାନଇ ବୋଲ ଜମା।


ଭୋକର ଭୂଗୋଳ ଏତେ ଭୟଙ୍କର 

   କାରୁଣ୍ଯ ଭରା ଯନ୍ତ୍ରଣା 

ବିଦ୍ରୁପ କରୁଛି ଦୁର୍ଭାଗ୍ୟ ଏମିତି 

   ଶିଶୁଟିକୁ କାହିଁ ଜଣା .....?


ଭୋକର ଭୂଗୋଳ ତାର କଳେବର 

    କୋଇଡାର ଶିଶୁ ପରା

ଫମ୍ପା ସେ ସଂଳାପ ବିକାଶର ମନ୍ତ୍ର

    ଖଣି ଖାଦାନରେ ଭରା।


ଭୋକର ଭୂଗୋଳ ଅସହ୍ୟ ତା ଦାଉ

    ଶିଶୁ ସେ'ତ ଅଭିଶପ୍ତ

ଛାତି ଫାଟି ଯାଏ ମାତୃତ୍ବ ମନରେ

   ଦୁଃଖ ଟା କରେ କ୍ଷତାକ୍ତ।


ଭୋକର ଭୂଗୋଳ ନଗଡା,କୋଇଡା 

   ଅଞ୍ଚଳ କରୁଣ ଚିତ୍ର 

କଙ୍କାଳ ସାର'ସେ ପୁଷ୍ଟିହୀନ ଶିଶୁ

   ଚାଟୁଛି ଅଇଁଠା ପତ୍ର।


ଯୋଜନା ହୁଅଇ ଗରିବି ହଟାଅ

  ଶ୍ଳୋଗାନ ରେ ନାରା ବାଜି,

ଲୁଟି ଖାଉଥାନ୍ତି ଅଧାବାଟେ କି'ଏ

   ଖଣି ଆଉ ମାଟି ଆଜି।


ଖଣିଜ ସମ୍ପଦ ଭରା ଆମ ରାଜ୍ୟ

  ଭୋକର ବିକଳ ଚିତ୍ର 

ଦେଖି ବାକୁ ହୁଏ କେତେଯେ ଉତ୍କଟ 

   ଏଇ ନିକଟରୁ ମାତ୍ର।


 


Rate this content
Log in