ଭୋଦେଇ ମେଘ
ଭୋଦେଇ ମେଘ
ବାଦେଇ ବରଷା ଅବେଳେ ବରଷି
ପ୍ରିୟାକୁ ଭିଜେଇ ଦେଲା
ଓଦା ଓଢଣୀରେ ଦେହ ଘୋଡେ଼ଇ ସେ
ଲାଜରେ ଲାଜେଇ ଗଲା ।
ଛାଇ ଖେଳୁଥିଲା ଖରା ସାଥେ ଖେଳ
ଶୁଖିଲା ଶୁଖିଲା ପାଗ
ଭୋଦେଇ ଆକାଶ ରଙ୍ଗ ଭରା ହସ
ଭାସୁଥିଲା ଧଳା ମେଘ
ଭସା ବଉଦଟା ବାଟ ଭୁଲିଯାଇ
ଝିପିଝିପି ବରଷିଲା ।
କଥା ଥିଲା ଆମ କଥାହେବା ଆମେ
ଦେଉଳ ବେଢାରେ ବସି
ଅଧାବାଟେ ମେଘ ପ୍ରିୟା ର ଦେହକୁ
ଓଦା କରିଦେଲା ଆସି
ମନତା କହିଲା ଆଗକୁ ଯିବାକୁ
ଦେହ ଲେଉଟେଇ ନେଲା ।