ଭଲା ଆମେ କଳି ଯୁଗ ପିଲା
ଭଲା ଆମେ କଳି ଯୁଗ ପିଲା


ସତ୍ୟଯୁଗେ ଧର୍ମ ଥିଲା ଚାରିପାଦ
ବିନା ଅସ୍ତ୍ରେ ହେଲା ଯୁଦ୍ଧ.
କଳିଯୁଗେ ଧର୍ମ ମାତ୍ର ଏକ ପାଦ
ତୋପ କମାଣର ଶବ୍ଦ.
ଏବେ ବିଜ୍ଞାନ ଉନ୍ନତି ହେଲା
ଭାଗ୍ୟବାନ ଆମେ ମଣୁଛୁ ନିଜକୁ
ଶିଖି ବିଜ୍ଞାନର କଳା.
ଭଲା, ଆମେ କଳିଯୁଗ ପିଲା.!!
ତ୍ରେତୟା ଯୁଗରେ ଧର୍ମ ଦୁଇ ପାଦ
ଧନୁତୀରେ ଦେଶ ଜୟ.
କଳିଯୁଗେ ବାବୁ ଧର୍ମକର୍ମ ନାହିଁ
କୁଟ ବୁଦ୍ଧିର ସହାୟ.
ଲାଗେ ସବୁଠି କୁଟ ଝାମେଲା.
ପ୍ରତି ସ୍ତରେ ସ୍ତରେ କୁଟ ଝାମେଲାର
ଶିକାରରେ ଦିନ ଗଲା.
ଭଲା, ଆମେ କଳିଯୁଗ ପିଲା.!!
ଦ୍ୱାପର ଯୁଗରେ ଗଦା ମୁଷ୍ଟି ଯୁଦ୍ଧେ
ଧନୁରେ ମହାଭାରତ.
କଳିଯୁଗେ ଆମେ କ୍ଷେପଣାସ୍ତ୍ର ଯୁଦ୍ଧେ
ଶତ୍ରୁ ମଥା କରୁ ନତ.
ଏବେ କାଳ ଯୁଗ ବଦଳିଲା.
ପ୍ରତି ପାଦେ ପାଦେ ଅନ୍ୟାୟ ଦୁର୍ନୀତି
ହୁଏ ସବୁଠି ଝାମେଲା.
ଭଲା, ଆମେ କଳିଯୁଗ ପିଲା.!!
ଆକାଶେ ଉଡୁଛେ ସାଗରେ ବୁଡୁଛେ
କେତେ ଗର୍ବ ଆମ ମନେ
ପରିବେଶଟିକୁ ହାତେ ବଳି ଦେଇ
&nb
sp;ଗର୍ବ କରୁ ପ୍ରତିକ୍ଷଣେ.
ପରିବେଶ ତା ବଦଲା ନେଲା
ନୂଆ ନୂଆ ରୋଗ ବାତ୍ୟା ବନ୍ୟା ଏଠି
ଭେଇଁଲେଣି ନାନା ପାଲା.
ଭଲା, ଆମେ କଳିଯୁଗ ପିଲା.!!
ସଚେତନ ବାଣୀ ବାଣୀରେ ରହୁଛି
ସ୍ୱାର୍ଥ ପାଇଁ ଆମେ ଅନ୍ଧ.
ରକ୍ତରେ ରକ୍ତରେ ବାଡ଼ ପଡୁଅଛି
ଏତ ଆଧୁନିକ ଗନ୍ଧ.
ସର୍ବେ ସ୍ୱାର୍ଥ ପାଇଁ ତ ହାଲିଆ
ସ୍ୱାର୍ଥସିଦ୍ଧି ପାଇଁ ରକ୍ତ ବଳି ଦେଇ
ସ୍ୱାର୍ଥର ବନୁଛେ ଚେଲା.
ଭଲା, ଆମେ କଳିଯୁଗ ପିଲା.!!
ପୁଅ ଦେଖୁନାହିଁ ପିତାମାତା ଦୁଃଖ
ଶାଶୁ ଶ୍ୱଶୁର ଯେ ପୂଜ୍ୟ.
ସହରରେ ଯାଇ ଭଡା ଘର ନେଇ
ଜନ୍ମଭୂମି କରେ ତେଜ୍ୟ.
ବୁଢା ବୁଢ଼ୀଙ୍କ ଦୁଃଖ ଝାମେଲା
ଚାକିରୀ ଆଳରେ ରହିଗଲେ ସେଠି
ସବୁ କାମ ଫଇସଲା.
ଭଲା, ଆମେ କଳିଯୁଗ ପିଲା.!!
ଶୋଉଛି କୁକୁର ଦାମିକା ଖଟରେ
କୁକୁର ଜୀବନ ଧନ.
ମଣିଷଟେ ଯଦି ପାଶେ ବସେ ଆସି
ଗନ୍ଧାଏ ତାର ବସନ.
ଏତ ବଡ଼ ପଣ ଆମ ହେଲା
ବାପା ପାଉନାହିଁ ଓଷଦ ଟିକିଏ
ସବୁ, କୁକୁର ପିଛାରେ ଗଲା.
ଭଲା, ଆମେ କଳିଯୁଗ ପିଲା.!