Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଉମା ଶଙ୍କର ମାଝୀ

Romance Others

3  

ଉମା ଶଙ୍କର ମାଝୀ

Romance Others

ଭଲ ପାଇବାର ଅନ୍ୟ ନାମ ବୋଧେ ପ୍ରେମ

ଭଲ ପାଇବାର ଅନ୍ୟ ନାମ ବୋଧେ ପ୍ରେମ

1 min
501


ପ୍ରଥମ ଦେଖାରେ ଲାଗିଲ ନିଜର 

 ଲାଗୁ ନ ଥିଲ ଅଜଣା

ମନ କହୁଥିଲା ଅତୀତରେ କେବେ 

 ହୋଇଥିଲି ବାଟବଣା l 0 l

ଭେଟିବାକୁ ତୁମ ଏତେଦିନ ଯାଏ 

 ଅପେକ୍ଷାରତ ମୁଁ ଥିଲି 

ପ୍ରଥମ ଚାହାଣୀ ଲାଗିଲା ତୁମର

  ପ୍ରେମ ରେ ପଡିକି ଗଲି l 1 l

ମନେ ବିଚାରିଲି ପ୍ରେମ ମାନେ କଣ

  କାହାକୁ ଭଲ ପାଇବି

ଭଲ ପାଇବାଟା ଯଦି ଏତେ ଭଲ 

   ଦୁଃଖରେ କାହିଁ ବଞ୍ଚିବି ? l 2 l

ଜୀବନ ଟା ଥିଲା ଶୁଷ୍କ ମରୁଭୂମି  

   ସ୍ମୃତି ନଈ ଟିଏ ହୋଇ 

ମୋ ହୃଦୟ ଏଇ ଟିକି ଅଗଣା କୁ 

   ଦେଇଥିଲ ତୁମେ ଛୁଇଁ l 3 l

ତୁମ ଦେଖାହେଲା ଦିନରୁ ହୃଦୟ

   ଶିଖିଲା ଗୋଟିଏ କଥା 

ପ୍ରେମ ହୋଇଯାଏ କେଉଁ ମୁହୂର୍ତ୍ତ ରେ 

    ଦୂରକରେ ହୃଦ ବ୍ୟଥା l 4 l

 ପ୍ରେମ ର ସଂଜ୍ଞା କେବେ ବି ନୁହଇ

   ଦେହଭୋଗ ଅନ୍ୱେଷଣ 

 ପ୍ରେମମାନେ ଅଟେ ପ୍ରତି ଆତ୍ମାପ୍ରତି 

    ଅନ୍ୟ ଆତ୍ମାର ବନ୍ଧନ l 5 l

ପ୍ରେମରେ ପଡିଲେ ବିଶ୍ୱଟି ଲାଗଇ

    ମଧୁମୟ ମଧୁମୟ 

ଜୀବନରେ ପ୍ରେମ ପଡ଼ିବାଟି ସତେ 

   କର୍ମମୟ ପରିଚୟ  l 6 l

ଦୁଇଟି ହୃଦୟ ପର ଅପରକୁ  

  ଜାଣିଲେ ପ୍ରେମର ସୃଷ୍ଟି 

 ଅନ୍ୟ ହୃଦୟରେ ଖୁସିର ସଲିଳ

    ପ୍ରେମ କରିପାରେ ବୃଷ୍ଟି l 7 l

ପ୍ରେମ ମାନେ ନୁହେଁ କେବଳ ପାଇବା 

    ହୋଇପାରେ ତ୍ୟାଗ ପ୍ରେମ 

ହୃଦୟ ଭିତରେ ସ୍ମୃତି ହୋଇରହେ  

     ଶିଖାଏ ବଞ୍ଚିବା କାମ l 8 l

ହୃଦୟରୁ ଯିଏ  ପାଇଥାଏ ଭଲ

     ଜାଣେ ହୃଦ ପରିଭାଷା 

ପ୍ରେମରେ ଯେ ପଡ଼େ ଭଲ ପାଇବାର  

      ଘାରଇ ତୃପ୍ତିର ନିଶା l 9 l

 ନିଜ ହୃଦୟର   ଭାବନାକୁ ସଦା  

    ସ୍ମୃତି ନେଇ ଆଗେଇବା  

 ହୃଦୟ ଯାହାକୁ   ନିଜର ଲାଗଇ

   ତାହା ହିଁ ପ୍ରେମ କହିବା ? I10 l


Rate this content
Log in