ଭକ୍ତ ଶୂନ୍ୟ ଆଜି ତବ ଶ୍ରୀ ମନ୍ଦିର
ଭକ୍ତ ଶୂନ୍ୟ ଆଜି ତବ ଶ୍ରୀ ମନ୍ଦିର


ଭକ୍ତ ଶୂନ୍ୟ ଆଜି ତବ ଶ୍ରୀ ମନ୍ଦିର
ବଡ଼ ଦାଣ୍ଡେ ନାହିଁ ଭକତର ଭିଡ଼
ଭକତଙ୍କୁ ଛାଡ଼ି
ନନ୍ଦିଘୋଷେ ଚଢି
କେମିତି କରୁଛୁ ତୋ'ର ରଥଯାତ....
ତୁ ପରା ଠାକୁର
ଭାବ ଭକତିର
ଭକତଙ୍କ ପାଇଁ ଏ କି' ଅବିଚାର......
ଭକ୍ତ ଶୂନ୍ୟ ଆଜି ତବ ଶ୍ରୀ ମନ୍ଦିର
ବଡ଼ ଦାଣ୍ଡେ ନାହିଁ ଭକତର ଭିଡ଼ |୧।
ଯାଆନା ଯାଆନା ତୁ ଗୁଣ୍ଡିଚା ଘର
ମୁକୁଳା ରହିଛି ମୋ ମନ ମନ୍ଦିର,
ଦେବି ପୋଡପିଠା, ପ୍ରୀତି ଫୁଲହାର
ପୂଜିବି ମୁଁ ନିତି ତୋ'ର ଶ୍ରୀ ପୟର,
ମନ ନନ୍ଦିଘୋଷେ କର ସୁନାବେଶ
ତବ ଦରଶନେ ପାପ ଯାଉ ନାଶ....
ତୁ ପରା ଠାକୁର
ଭାବ ଭକତିର
କେମିତି ଯିବୁ ତୁ ତୋ'ର ମାଉସୀ ଘର...
ଭକ୍ତ ଶୂନ୍ୟ ଆଜି ତବ ଶ୍ରୀ ମନ୍ଦିର
ବଡ଼ ଦାଣ୍ଡେ ନାହିଁ ଭକତର ଭିଡ଼ ।୨।
ଏ କି ତୋ'ର ଲୀଳା ସଂସାର ଦେଖୁଛି
ପ୍ରଭୁ ପ୍ରଭୁ ବୋଲି ଶବଦ ଶୁଭୁଛି,
ତୁ ପରା ବୋଲାଉ ଜଗତର ନାଥ
ରକ୍ଷାକର ଆହେ ଏ ସାରା ଜଗତ,
ପୁଣି ଥରେ ହେଉ ଭକତ ଗହଳି
ବଡ଼ ଦାଣ୍ଡେ ଶୁଭୁ ଘଣ୍ଟ, ହୁଳହୁଳି...
ତୁ ପରା ଠାକୁର
ଭାବ ଭକତିର
କେମିତି ଗଡିବ ଆଜି ରଥ ତୋ’ର.....
ଭକ୍ତ ଶୂନ୍ୟ ଆଜି ତବ ଶ୍ରୀ ମନ୍ଦିର
ବଡ଼ ଦାଣ୍ଡେ ନାହିଁ ଭକତର ଭିଡ଼ ।୩।
ଭକ୍ତ ଶୂନ୍ୟ ଆଜି ତବ ଶ୍ରୀ ମନ୍ଦିର
ବଡ଼ ଦାଣ୍ଡେ ନାହିଁ ଭକତର ଭିଡ଼
ଭକତଙ୍କୁ ଛାଡ଼ି
ନନ୍ଦିଘୋଷେ ଚଢି
କେମିତି କରୁଛୁ ତୋ'ର ରଥଯାତ....
ତୁ ପରା ଠାକୁର
ଭାବ ଭକତିର
ଭକତଙ୍କ ପାଇଁ ଏ କି' ଅବିଚାର......
ଭକ୍ତ ଶୂନ୍ୟ ଆଜି ତବ ଶ୍ରୀ ମନ୍ଦିର
ବଡ଼ ଦାଣ୍ଡେ ନାହିଁ ଭକତର ଭିଡ଼ ।।