STORYMIRROR

Sarojini Mishra

Classics

4  

Sarojini Mishra

Classics

ଭକ୍ତ ପ୍ରହଲ୍ଲାଦ

ଭକ୍ତ ପ୍ରହଲ୍ଲାଦ

2 mins
313



ଆମ ଭାଗବତ ପ୍ରତି ଓଡ଼ିଆର

ଘରେ ଘରେ ପୂଜା ପାଏ

ଆମ ସଂସ୍କୃତିର ଧରମ ଧାରାରେ

ଚିରନ୍ତନ ଗ୍ରନ୍ଥ ଟିଏ ।


ପ୍ରତି ଓଡ଼ିଆର ଜୀବନ ଯାତ୍ରାରେ

ଭାଗବତର ଯେ ଶ୍ରେଷ୍ଠତା

ଭାଗବତର ଯେ ପ୍ରତ୍ୟେକ ପୃଷ୍ଠାରେ

ଲେଖା ଜୀବନର କଳା ।


ସେଇ ଭାଗବତେ ଭକ୍ତ ପ୍ରହିଲ୍ଲାଦ

ଗାଥାକୁ ବଖାଣିଥାଏ

ଉକତି ଭାବରେ ବାନ୍ଧି ହେବା ପାଇଁ

ବୟସ ଯେ ମୂଳ ନୁହେଁ ।


ଭକ୍ତ ପ୍ରହଲ୍ଲାଦ ପିତା ଯେ ଅସୁର

ମାତା କୟାଧୁ ଔରସେ

ଜନମି ଥିଲେ ଯେ ନାରଦ ଆଶ୍ରମେ

ସଂସ୍କାରିତ ପରିବେଶେ ।


ମାତା ଗରଭରେ ବିଭୁ ପ୍ରେମେ ନିତ୍ୟ

ସମୟ ଯେ କାଟୁଥିଲେ

ଜନମିବା ପରେ ବିଷ୍ଣୁ ଭକତିରେ

ତଲ୍ଲୀନ ସେ ହୋଇଗଲେ ।


ପ୍ରହହ୍ମାଦ ଜନ୍ମ ସୂଚାଇ ଦିଏ ଯେ

ଗର୍ଭ ସଂସ୍କାରର କଥା

ପରିବେଶର ଯେ ଅସୀମ ପ୍ରଭାବ

ଏହା ବି ବିଜ୍ଞାନ କଥା ।


ଭାଇ ହିରଣ୍ୟାକ୍ଷ ମୃତ୍ୟୁ ପ୍ରତିଶୋଧ 

ହିରଣ୍ୟ କଶିପୁ ବ୍ୟଗ୍ର

ଯଜ୍ଞ, ଆରାଧନା ତପସ୍ୟାରେ ଦୈତ୍ୟ

ହୋଇଥିଲେ ଆଗଭର ।


ତପସ୍ୟାରେ ତୋଷ ପ୍ରଜାପତି ହେଲେ

ଦେଲେ ଦୈତ୍ୟ ବରଦାନ

ଦେବ ବା ଦାନବ ଅସ୍ତ୍ର ବା ଶସ୍ତ୍ର ରେ

ହେବ ନାହିଁ ଯେ ମରଣ ।


ଅଗ୍ନି ,ଜଳେ, ସ୍ଥଳେ, ଘରେ ବାହାରେ

ହେବ ନାହିଁ ତା ମରଣ

ବରଦା ନେ ଦୈତ୍ୟ ଅତ୍ୟନ୍ତ ଉଦ୍ଧତ 

କରିଲା କେତେ କରମ।


ପୁତ୍ର ଜନମିଲା ବିଷ୍ଣୁ ଭାବ ନେଇ

ବିଷ୍ଣୁ ଭକ୍ତିରେ ତଲ୍ଲୀନ

ଦେଖି ଦୈତ୍ୟ ରାଜ ହୋଇଣ ବିମୁଖ

ପଠାନ୍ତି ଗୁରୁ ସନ୍ନିଧ ।


ଦୈତ୍ୟ ଗୁରୁ ଶିକ୍ଷା ମୁଣ୍ଡରେ ପଶେନି

ବିଷ୍ଣୁ ତାଙ୍କ ସର୍ବୋତ୍ତମ

ବିଷ୍ଣୁ ଭାବ ସେତ ବିମୋହିତ ସଦା

ନ ଥାଏ କିଛି ପ୍ରମାଦ । 


ହିରଣ୍ୟକଶିପୁ ପୁତ୍ରେ ହୋଇ ରୋଷ

ପୁତ୍ର ହତ୍ୟା ପାଇଁ ରତ

ଅଗ୍ନି, ଜଳ, ପୁଣି ଜୀବ ଯନ୍ତୁ

ଦେଇ

ମାରିବା ପାଇଁ ଚେଷ୍ଟିତ ।


ବିଷ୍ଣୁ ନାମେ ପୁଣି ଅସହିଷ୍ଣୁ ହେଲେ

ରାଗେ ଭୁଲିଲେ ପିତୃତ୍ଵ

ତରବାରୀ ଧରି ବଧ କରିବାକୁ

ହୋଇଲେ ଗୁଣି ଉଦ୍ୟତ ।


କେଉଁଠି ତୋ ବିଷ୍ଣୁ ଦେଖାଇ ଦେଏ ତୁ

ବିଷ୍ଣୁ ବିଷ୍ଣୁ କାହିଁ ହେଉ

ତୋର ଆଜି ବଧ କରୁଅଛି ମୁହିଁ

ବିଷ୍ଣୁ ରଖିବାକୁ ଆସୁ ।


ନିର୍ଭୀକ ଚିତ୍ତରେ ଶାନ୍ତ ଗାମ୍ଭୀର୍ଯ୍ୟରେ

ଚତୁର୍ଦ୍ଦିଗେ ମୋର ହରି

ସ୍ତମ୍ବକୁ ଦେଖାଇ ଦୈତ୍ୟ ରାଜ କୁହେ

ଏଠି କି ଅଛି ତୋ ହରି  ।


ଆସ୍ତିକ ଉତ୍ତରେ ନାସ୍ତିକ ଭାବରେ

ପ୍ରହିଲ୍ଲାଦ ଭାଗମଗ୍ନ 

ସ୍ତମ୍ଭକୁ ପ୍ରହାର ଉଭା ନରସିଂହ 

ହିରଣ୍ୟ କଶିପୁ ବଧ ।


ଦିନରେ ନୁହଁକି ରାତିରେ ନୁହଁ ବି

ନୁହଁଇ ଅସ୍ତ୍ର ଶସ୍ତ୍ରରେ

ଦେବ ଦାନବ କି ପଶୁ ବି ନୁହନ୍ତି 

ନୃସିଂହ ରୂପେ ବଧିଲେ ।


ଭକ୍ତ ପ୍ରହିଲ୍ଲାଦ କଥାରେ ପ୍ରଭୁ ଯେ

କ୍ରୋଧ ଶାନ୍ତ କରିଥିଲେ

ଶିଶୁର ଭକ୍ତିରେ ବିମୋହିତ ହୋଇ

ବର ଯାଚି ଦେଇ ଥିଲେ ।


ନିଜ ମନେ ସଦା ବିଷ୍ଣୁ ସମାହିତ

ରୁହନ୍ତୁ ବୋଲି ମାନିଲେ

ଦ୍ୱିତୀୟେ ପିତାଙ୍କ ଉଦ୍ଧାର ପାଇଁ କି

କ୍ଷମା ପ୍ରାର୍ଥୀ ହୋଇଗଲେ ।


ହରି ହରି କହି ଭକ୍ତ ପ୍ରହଲ୍ଲାଦ

ସବୁ ବିପଦ ଟାଳିଲେ

ହରି ନାମ ତାଙ୍କ କବଚ ଟି ଥିଲା

ମନ୍ତ୍ରେ ପ୍ରଫୁଲ୍ଲିତ ଥିଲେ ।


ହରି ନାମ ପାଇଁ ବୟସ କି ଲୋଡ଼ା

ଲୋଡ଼ା ତ କେବଳ ଭାବ

ହରି ନାମେ ଯେତେ ଶିଘ୍ର ମଜିଯିବା

ପାଇବା ସେତେ ଆନନ୍ଦ ।


ଭାବ ଭକତି କି ବୟସରେ ବନ୍ଧା

ବନ୍ଧା ହୃଦୟ ଗ୍ରନ୍ଥିରେ

ହୃଦୟ ନିର୍ମଳେ ଭାବ ଗଙ୍ଗା ଜଳେ

ଭକତି ର ଜ୍ୟୋତି ଜଳେ ।


ଉକ୍ତି ପ୍ରଦୀପରେ ପ୍ରଭୁ ବିଜେ ହୋନ୍ତି

ହୃଦ ସିଂହସନେ ପରା

ଭକ୍ତ ପ୍ରହଲ୍ଲାଦ ଭାଗବତ ଗୀତ

ଅଟେ ଭକତିର ଗାଥା ।



Rate this content
Log in

Similar oriya poem from Classics