Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Tragedy

4.5  

Puspanjali Panda

Tragedy

ଭଜୁକିନା ରାମ ନାମ

ଭଜୁକିନା ରାମ ନାମ

1 min
378



ରାମନାମ କେବେ କହିଲୁ ନାହିଁ ରେ

ତୁଣ୍ଡ ନାହିଁ ହରି ନାମ

ଶେଷ ବେଳହେଲା ବୁଦ୍ଧି ନ ଦିଶିଲା

କରମ ହେଲା ତ ବାମ।


ବାଳୁତ କାଳରୁ ଯୌବନ ଜରାରୁ

ଶିଖିଲୁନି ପୁଣ୍ୟ ଧର୍ମ

ପଞ୍ଚେନ୍ଦ୍ରିୟ ଏବେ ବୋଲ ମାନୁନାହିଁ

କରିଲୁ ନାହିଁ ସୁକର୍ମ।


ଲଭିବାକୁ ଇତି ମନେହୁଏ ଭୀତି

ସମୟର ରୀତି ଦେଖି

ବେଳହୁଁ ସଜାଡେ ନିଜ ଜୁଇ ଚିତା

ସତ୍ୟର କଜଳ ମାଖି।


କଳା ରଙ୍ଗ କଳା ବଦନ ଚାହିଲେ

ବିଷ ପାଲଟେ ଅମୃତ

ରାମନାମ ଧରି ହେବୁ ଭବୁ ପାରି

ଜୀବନରେ ଭରି ହସ ।


ସଂସାର ମାୟାରେ ଭୁଲିଛୁ ଯାହାରେ

ଶେଷର ଠିକଣା ସେଇ

ହରିନାମ ହରିବୋଲରେ ଆରମ୍ଭ

ଶେଷ ଆଶରାବୋଲାଇ।


ରାମାମୃତ ପାନେ ଜୀବନ ସୋପାନେ

ଲଭିବୁ ଅନନ୍ତ ସୁଖ

ମାୟାର ପଟଳ କଟିଯିବ ତୋର

ଦେଖିଲେ କଳା ଶ୍ରୀମୁଖ ।


ପିତାମାତା ଜନ୍ମ ଦାତା ଦେବତାଙ୍କୁ

ଈଶ୍ବର ସମାନ ମଣି

କଥାଟି ରଖିଲେ ରାମନାମ ନେଲେ

ମିଳେ ସର୍ବସୁଖ ଖଣି।


Rate this content
Log in

Similar oriya poem from Tragedy