Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jyotsna mayee panda

Others

3  

jyotsna mayee panda

Others

ଭଜନ

ଭଜନ

1 min
279


ଜନନୀ ମୋହର ଡାକେ ବାର ବାର

                ଝରାଇ ଲୋତକ ସଦା ନୟନୁଁ ମୋହର

ଜନନୀ ମୋହର.... ।

ଦୟାସାଗରୀ ତୁ ଜାଣଇ ସଂସାର

                  ମୋ ବେଳକୁ କିଆଁ ହେଲୁ ତୁ ପଥର

ଜନନୀ ମୋହର.... ।

ଦୁର୍ଗତି ନାଶିନୀ ମା ଦୁଃଖ କରୁ ଦୂର

             ମୋ ଦୁଃଖ ରେ କିଆଁ ମା ହେଲୁ ତୁହି ପର

ଜନନୀ ମୋହର....... ।

ମାଗୁ ନାହିଁ ଧନ ତତୋ ମାଗୁନାହିଁ ଜନ

                  ମାଗୁନି ମୁଁ ଐଶ୍ବର୍ୟ୍ଯ କୁବେର ସମାନ

ତୋହର କରୁଣା ଯଦି ହେବ ଉଣା

           କାହିଁକି ଡାକିବି ତୋତେ ମା ବୋଲି ମୋର

ଜନନୀ ମୋହର..... ।

ଦୁଃଖ ପାରlବରେ ଭାସୁଅଛି ମୁହିଁ

                   ଉଦ୍ଧରି ଧରିବୁ ମା ପଣତ ଉଡ଼ାଇ

ତୁହି ମହାକାଳୀ, ତୁ ସିଦ୍ଧି ଦାୟିନୀ

                    ତୁହି ମା ଦୁର୍ଗା, ତୁ ଆଦି ଭବାନୀ

ଜଗତ ଜନନୀ ତୁହି ଦୁଃଖ କର ଦୂର

               ଆକୁଳେ ଡ଼ାକୁଚ୍ଚି ଆଜି ସନ୍ତାନ ଗୋ ତୋର

ଜନନୀ ମୋହର........।( ଘୋଷା )



Rate this content
Log in