STORYMIRROR

SAHADEV PARIDA

Classics

3  

SAHADEV PARIDA

Classics

ଭଜନ

ଭଜନ

1 min
111


ସ'ସାରରେ ସାର ମୋ କାଳିଆ ସୁନା

ତା ମୁଖ ଦର୍ଶନେ ଅଛିରେ କିମିଆ

ସେତ ମୟୁର ଚୂଳିଆ ମୋ ଗଳା ମାଳିଆ

ଚିତ ବିନୋଦିଆ ସେ ଵାଙ୍କ ଚୂଳିଆ ।


ସେ ଘନ କାଳିଆ କଦମ୍ଵ ମୂଳିଆ

ଗୋପୀମାନଙ୍କର ଚିତ୍ତ ସେ ଚୋରିଆ

ଗୋକୁଳ ଵନର ରାଧା ମନୋଚୋର

ନିକୁଞ୍ଜବନର ସେ ପ୍ରେମିକ ପ୍ରଵର ।


ସେ ମୋ ଗଳାମାଳି ଦୁଃଖୀର ସଙ୍ଖାଳି

ମୋ ଜୀବ ଜୀବନ ସିଏ ସୁଖରମାଧୁରୀ

ସିଏ ତ ମୋହର ନୟନ ପିତୁଳି

ତାହାର ସେବାରେ ଦିନ ନେବି ସାରି ।


Rate this content
Log in

Similar oriya poem from Classics