ଭିଟାମାଟି
ଭିଟାମାଟି
ଭିଟାମାଟି ଛାଡ଼ି ଆଜି ମୁଁ ଲଢ଼ୁଛି ,
ମା ହାତ ରନ୍ଧା ପାଉନି ,
ସ୍ତ୍ରୀ ର ପଣତ ରେ ମୁହଁ ପୋଛି ପାରୁନି ..।
ପୁଅ , ଝିଅ ଠୁ ପାପା ଡାକ ପାଉନି ...
ତଥାପି ମୁଁ ଆଜି ଲଢ଼ୁଛି ..।
ଆହୁରି ଲଢ଼ିବି ,
ମାଟି ପାଇଁ ଜୀବନ ଦେବି ..।
ଭିଟାମାଟି ଛାଡିଛି ସତ
ହେଲେ ଏ ଦେଶ ମାଟି ପାଇଁ ଜୀବନ ଦେବି ....।
ଗର୍ବ ରେ ଫୁଲି ଉଠିବ ମୋ ଦେଶ ବାସୀ ର ଛାତି .....
ଗର୍ବ କରିବ ମୋ ପରିବାର ,
ଯେବେ ମୋ ଶରୀରରେ
ଏ ଦେଶ
ଘୋଡାଇ ଦେବ ତ୍ରିରଙ୍ଗା ....।
ମୋ ମାଟି ମା ପାଇଁ ଜୀବନ ଦେବି ....।