STORYMIRROR

Tapan kumar Sahu

Tragedy

3  

Tapan kumar Sahu

Tragedy

ଭିନ୍ନ

ଭିନ୍ନ

1 min
466


ଅନେକ ଦରିଦ୍ର

ବିପନ୍ନ ଉଜୁଡା

ଘର ସମୂହର

ସମାହାର

ମୋ ଭଗ୍ନହୃଦୟ

ଭିତରେ

ପ୍ରତିଟି ସ୍ବପ୍ନରେ

ନିରୋଳା ମୁହୂର୍ତ୍ତେ ll


ମୁଁ ପଥିକ ସାଜି

ଅନୁଭୂତି ଭିଜା ଅପରାହ୍ନେ

ମୁଁ ପଥିକ ଯା ମଥାରେ

ଲେଖା ଭିନ୍ନ ସଂପ୍ରଦାୟ

ମଥାରେ ପ୍ରଚଳିତ ବେଢ଼ି ll


ଝୁପୁଡିଘର ବାହାରେ

ଭୟକ୍ରାନ୍ତ ବାତାବରଣ

ଭିତରେ ପର୍ଚ୍ଛା ଜହ୍ନ

ଏବେତ ବଦଳିଛି

କିଛି ବଦଳିବ

କିଛି ଶୀତଳିତ

ସମ୍ପୂର୍ଣ ଦିଗବଳୟର ପ୍ରତିଛବି ll


ଛିଣ୍ଡା କପଡା ଭିତରୁ

ନର୍ତ୍ତକୀ ର ଆର୍ତ୍ତଚି଼କ୍ତାର

ନାରୀ ନାରାୟଣୀ

ନିଷ୍ପେସିତ

ଏ ଦୋଛକି ସମାଜ

ଆଉ ଗାନ୍ଧୀଙ୍କ ରାମ ରାଜ୍ୟ ll


ଆଉ ଆଜି ହଜାର ବର୍ଷ ପରେ

ବଞ୍ଚିଛି ଦୁଃଶାସନ

କୌରବ ଶାସନ

ନାରୀ ସାଜେ କଣ୍ଡେଇ

ଉପଭୋଗ୍ୟ ବସ୍ତୁ

ବାସ୍ତବ ରୁ ବହୁ ଦୂରେ

ଉନ୍ନତିର ଶେଷ ପାରିନ୍ତି

ସମାଜର ଅନ୍ଧତ୍ବ

ବୋଧେ ତିଷ୍ଠି ପାରିବନି

ଅ ଜହ୍ନ

ଭିନ୍ନ ଭିନ୍ନ ପ୍ରତାରଣା

ଆଉ ଅବହେଳିତ

କୋମଳପୁଷ୍ପ ll


ତପନ କୁମାର ସାହୁ. ରିଞ୍ଜା

କଳାହାଣ୍ଡି. ମୋ 7328001575


Rate this content
Log in

Similar oriya poem from Tragedy