Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Pranati Panda

Romance


5.0  

Pranati Panda

Romance


ଭିନ୍ନ ଦୁନିଆଁ

ଭିନ୍ନ ଦୁନିଆଁ

1 min 348 1 min 348

ଅନାମିକା ନାୟିକା ମୁଁ ସ୍ବପ୍ନ ଦୁନିଆଁରେ ,

ରୂପ ଛଟା ଆଙ୍କି ମୋର ମନ ଡାଏରୀରେ।

ନୃତ୍ୟଛନ୍ଦ, ସ୍ୱରତାଳ, ମଲ୍ଲାର ର ସୁରେ ,

ଗାଉଥିବି ଗୀତ ଗୁଣୁ ଗୁଣୁ ଧୀର ସ୍ୱରେ ।


ଛଳ ଛଳ ପ୍ରବଣତା ବଢୁଥିବ ଅଙ୍ଗେ ,

ଋତୁଚର୍ଯ୍ୟା ଅନୁରାଗ ମାଖି ଦେହ ସଙ୍ଗେ ।

ମନ୍ଦ ହସ ଓଠେ ଭରି ଉଡନ୍ତା ନିଶାରେ ,

ରିକ୍ତ ପିଆଲା ଭରିଥିବ ଦ୍ରାକ୍ଷାରସରେ ।


ପ୍ରେମ ଓ ପ୍ରେମମୟ ଶବ୍ଦ ଲୀନ ମୁଦ୍ରାରେ ,

ନିଶୀଥିନୀ ହସୁଥିବ ଭିନ୍ନ ଦୁନିଆଁରେ ।

ଅଙ୍ଗେ ଅଙ୍ଗେ ଭରିଥିବ ନବ ଶିହରଣ ,

ଧୀରେ ଧୀରେ ବଢୁଥିବ ହୃଦୟ ସ୍ପନ୍ଦନ ।


ଏକ ଭିନ୍ନ ଦୁନିଆଁର ରଙ୍ଗ ପ୍ରେମଭାବ ,

ଜୋଛନାରେ ଭିଜା ଏକ ଭିନ୍ନ ଅନୁଭବ ।

ଯହିଁଥିବ ପ୍ରାଣ ସଙ୍ଗେ ବଞ୍ଚିବାର ଛାୟା ,

ନିଶୀଥିନୀ ଚିତ୍ରପଟେ ଖେଳୁଥିବ ମାୟା ।


ନିଶୂନ ଜହ୍ନରାତିର ଉତ୍ତାଳ ତରଙ୍ଗେ ,

ଭିଜୁଥିବ ଛିଟକାନି ଜଡ଼ିଥିବ ସଙ୍ଗେ ,

ପିନ୍ଧିବି ମୁଁ ଧୀରେ ଧୀରେ ଜୀବନ ପୋଷାକ ,

ସ୍ଵପ୍ନମୟ ଜୀବନର ହେବ ଅସ୍ତରାଗ ।

    

  


Rate this content
Log in

More oriya poem from Pranati Panda

Similar oriya poem from Romance