STORYMIRROR

Binodini Dash

Inspirational

3  

Binodini Dash

Inspirational

ଭିଜିବି କାହିଁକି ତୋ ପ୍ରେମରେ

ଭିଜିବି କାହିଁକି ତୋ ପ୍ରେମରେ

1 min
196



କହରେ କାଳିଆ ନାହିଁ ତୋର ଡୋରି

ବରଷକେ ଥରେ ବି ମୋଠାରେ

ମନ କଥା ମୋର ଯଦି ନ ବୁଝୁଛୁ

ଭିଜିବି କାହିଁକି ତୋ ପ୍ରେମରେ ।


ତୋ ପ୍ରେମରେ ମଜ୍ଜି ସିନା ଆତ୍ମସୁଖ

ପେଟ ଚାଖଣ୍ଡକ କେବେ ନ ପୂରେ

ଦୀନବନ୍ଧୁ ନାମ କେମିତି ସାର୍ଥକ

ଏକଥାଟି କେବେ ଭାବିଛୁ ଥରେ

ଭକତଙ୍କୁ ପରା ଅନାଇ ଥାଉ ତୁ

କରୁଣା ଝରା ତୋ ଚକା ଆଖିରେ

ମୋ ପାଇଁ କିଆଁ ରହିଛୁ ମଉନ

ମୁଁ କି ଅଭକ୍ତ ତୋ ପାଖରେ ।

କହରେ କାଳିଆ


ସୁଖଦୁଃଖ ବନ୍ଧୁ ତୁ ପରା ମୋହର

ସେଥିପାଇଁ ଯେତେ ପ୍ରଶ୍ନ ମୁଁ କରେ

ଆଉ କାହା ପାଶେ ଯିବିରେ ମନୁଆ

ଛାଡ଼ି ତୋ ପ୍ରେମକୁ ଭାବେ ମନରେ ।

ଜଗତରେ ଶ୍ରେଷ୍ଠ ତୁହି ଜଗନ୍ନାଥ

ବାରବାର ମୋର ମନ କହେରେ 

ଚର୍ମ ଚକ୍ଷୁ ମୋର ନହେଲା ପବିତ୍ର

ପ୍ରତିକ୍ଷଣ ତୋତେ ହୃଦୟେ ଝୁରେ ।

କହରେ କାଳିଆ


Rate this content
Log in

Similar oriya poem from Inspirational