STORYMIRROR

Nirupama Dehuri

Fantasy

4  

Nirupama Dehuri

Fantasy

ଭିଜା ଭିଜା ବର୍ଷା ଦିନ

ଭିଜା ଭିଜା ବର୍ଷା ଦିନ

1 min
372


ମନେପଡେ ଆଜି ବିଗତ ଦିନର

ଭିଜା ଭିଜା ବର୍ଷା ଦିନ ।

କୁଆଁରୀ ମନରେ ପହିଲି ବର୍ଷା

ଖେଳି ଗଲା ଶିହରଣ ।

ସ୍ବପ୍ନ ରାଇଜରେ ଉଡୁଥିଲା ମନ

ତନୁରେ ଥିଲା କମ୍ପନ ।

ଆକାଶ ଅଙ୍ଗନୁ ବିନ୍ଦୁ ବିନ୍ଦୁ ବର୍ଷା

ଧୋଇ ଦେଲା ତନୁ ମନ ।

ଚକୋର ଚକୋରୀ ମିଳନ ପରାୟ

ମନ ଖୋଜେ ଏକ ମନ ।

ବନ୍ଧ୍ୟା ଧରିତ୍ରୀ ପୁଷ୍ପ ବତି ଦେଖ

ସ୍ପର୍ଶ ପାଇଣ ଶ୍ରାବଣ ।

ବର୍ଣ୍ଣବିଭା ଆଜି ଧରଣୀ ରାଣୀ

ଫଳ ପୁଷ୍ପ ବତି ଧରା।

ଜନ୍ମଭୂମି ସେ ଜନନୀ ଆମର

ଅପରୂପ ମନୋହରା।

ହୀରା ମୋତି ପ୍ରାୟ କୋମଳ ବରଷା

ଧରାରେ ଯାଏ ଲୋଟି ।

ପାହାଡ଼ ପର୍ବତ ଅରଣ୍ୟ ବନାନୀ

ଅମୂଲ ମୂଲ ତା ଭେଟି ।

ପ୍ରାଣୀ କୂଳ ପୁଣି ପାଦପ ସକଳ

ପୃଥିବୀ ଯେ ବାସସ୍ଥଳ ।

ବରଷା ଛୁଆଁ ରେ ଆତ୍ମବିଭୋର

ସମଗ୍ର ଜୀବ ସଂଚାର ।

ଚାଷୀ ପୁଅ ଯେ ମାଟିର ମଣିଷ

ମାଟିରେ ଯାଏ ମଜ୍ଜା ।

ଉଗାଏ ଫସଲ ମାଟି ମାଆ କୋଳ

ବଞ୍ଚିବା ଦିଏ ଶିଖାଇ ‌।

ଖରା, ଶୀତ ପୁଣି ଝଡି ବର୍ଷାର

ନ ଥାଏ ତାର ଖାତିରି ।

ଜୟ ସେ କିଷାନ ଦିଏ ଅନ୍ନ ଦାନ

ସୀମାରେ ଜଗେ ସିପାହୀ।

କର୍ତ୍ତବ୍ୟରେ ରଥ ବୁକୁ ଥରା ଶୀତ

ଗ୍ରୀଷ୍ମର ପ୍ରକୋପ ଭାରି ‌।

ଝଡି ବରଷାରେ ଦୁର୍ଗମ ଦୁର୍ବୋଧ

ନଦୀ ହ୍ରଦ ପୁଣି ଗିରି।

ମାଟି ମାଆ ସୁତ ସଜାଗ ପ୍ରହରୀ

ରକ୍ଷକ ଆମ ସବୁରି ।

ଧନ୍ୟ ସେହି ମାଆ ଚିର ଯେ ଅନନ୍ୟା

ଦେଶ କୁ ଉତ୍ସର୍ଗ କରି ।

ଶତ୍ରୁ କବଳରୁ ଦେଶକୁ ରଖେ ସେ

ଜୀବନ କୁ ଦେଇ ବଳି ।

ନିଜ ସ୍ବାର୍ଥ ଭୁଲି ତ୍ୟାଗ ଦିଏ କରି

ସମସ୍ତ ସୁଖ ଅଞ୍ଜଳି।







Rate this content
Log in

Similar oriya poem from Fantasy