ଭିଜା ଭିଜା ବର୍ଷା ଦିନ
ଭିଜା ଭିଜା ବର୍ଷା ଦିନ
ମନେପଡେ ଆଜି ବିଗତ ଦିନର
ଭିଜା ଭିଜା ବର୍ଷା ଦିନ ।
କୁଆଁରୀ ମନରେ ପହିଲି ବର୍ଷା
ଖେଳି ଗଲା ଶିହରଣ ।
ସ୍ବପ୍ନ ରାଇଜରେ ଉଡୁଥିଲା ମନ
ତନୁରେ ଥିଲା କମ୍ପନ ।
ଆକାଶ ଅଙ୍ଗନୁ ବିନ୍ଦୁ ବିନ୍ଦୁ ବର୍ଷା
ଧୋଇ ଦେଲା ତନୁ ମନ ।
ଚକୋର ଚକୋରୀ ମିଳନ ପରାୟ
ମନ ଖୋଜେ ଏକ ମନ ।
ବନ୍ଧ୍ୟା ଧରିତ୍ରୀ ପୁଷ୍ପ ବତି ଦେଖ
ସ୍ପର୍ଶ ପାଇଣ ଶ୍ରାବଣ ।
ବର୍ଣ୍ଣବିଭା ଆଜି ଧରଣୀ ରାଣୀ
ଫଳ ପୁଷ୍ପ ବତି ଧରା।
ଜନ୍ମଭୂମି ସେ ଜନନୀ ଆମର
ଅପରୂପ ମନୋହରା।
ହୀରା ମୋତି ପ୍ରାୟ କୋମଳ ବରଷା
ଧରାରେ ଯାଏ ଲୋଟି ।
ପାହାଡ଼ ପର୍ବତ ଅରଣ୍ୟ ବନାନୀ
ଅମୂଲ ମୂଲ ତା ଭେଟି ।
ପ୍ରାଣୀ କୂଳ ପୁଣି ପାଦପ ସକଳ
ପୃଥିବୀ ଯେ ବାସସ୍ଥଳ ।
ବରଷା ଛୁଆଁ ରେ ଆତ୍ମବିଭୋର
ସମଗ୍ର ଜୀବ ସଂଚାର ।
ଚାଷୀ ପୁଅ ଯେ ମାଟିର ମଣିଷ
ମାଟିରେ ଯାଏ ମଜ୍ଜା ।
ଉଗାଏ ଫସଲ ମାଟି ମାଆ କୋଳ
ବଞ୍ଚିବା ଦିଏ ଶିଖାଇ ।
ଖରା, ଶୀତ ପୁଣି ଝଡି ବର୍ଷାର
ନ ଥାଏ ତାର ଖାତିରି ।
ଜୟ ସେ କିଷାନ ଦିଏ ଅନ୍ନ ଦାନ
ସୀମାରେ ଜଗେ ସିପାହୀ।
କର୍ତ୍ତବ୍ୟରେ ରଥ ବୁକୁ ଥରା ଶୀତ
ଗ୍ରୀଷ୍ମର ପ୍ରକୋପ ଭାରି ।
ଝଡି ବରଷାରେ ଦୁର୍ଗମ ଦୁର୍ବୋଧ
ନଦୀ ହ୍ରଦ ପୁଣି ଗିରି।
ମାଟି ମାଆ ସୁତ ସଜାଗ ପ୍ରହରୀ
ରକ୍ଷକ ଆମ ସବୁରି ।
ଧନ୍ୟ ସେହି ମାଆ ଚିର ଯେ ଅନନ୍ୟା
ଦେଶ କୁ ଉତ୍ସର୍ଗ କରି ।
ଶତ୍ରୁ କବଳରୁ ଦେଶକୁ ରଖେ ସେ
ଜୀବନ କୁ ଦେଇ ବଳି ।
ନିଜ ସ୍ବାର୍ଥ ଭୁଲି ତ୍ୟାଗ ଦିଏ କରି
ସମସ୍ତ ସୁଖ ଅଞ୍ଜଳି।
