ଭଗ୍ନାଂଶ
ଭଗ୍ନାଂଶ
ଭଗ୍ନାଂଶ ଅଟଇ ସରଳ ସୂତ୍ରର
ଅଛିଣ୍ଡା ଭଗ୍ନ ଅଙ୍କ
ଭଗ୍ନାଂଶ ଅଟଇ ପରାଜିତ ସୈନ୍ୟ
ଅନ୍ତର ସାଇତା ଦୁଃଖ ।।
ଭଗ୍ନାଂଶ ଅଟଇ ଦରଦୀ ମନର
ଅଙ୍ଗେ ଲିଭା ପୂର୍ବ ସ୍ମୃତି
ଭଗ୍ନାଂଶ ଅଟଇ ପ୍ରେମ ଫଲଗୁର
ଫଗୁଣ ମଳୟ ରାତି ।।
ଭଗ୍ନାଂଶ ଅଟଇ ଜୀବନ ପଥର
ଅଙ୍କା ବଙ୍କା ଲମ୍ବା ରାସ୍ତା
ଭଗ୍ନାଂଶ ଅଟଇ ଜରା ନିବାସର
ଭାବନାର ଶେଷ ସତ୍ତା ।।
ଭଗ୍ନାଂଶ ଅଟଇ
ସୁଦୃଢ଼ ସମ୍ପର୍କେ
ଅବିଶ୍ବାସ ଆବରଣ
ଭଗ୍ନାଂଶ ଅଟଇ ସୁଖୀ ପରିବାରେ
ସନ୍ଦେହ ବାତା ବରଣ ।।
ଭଗ୍ନାଂଶ ଅଟଇ ଶୁଷ୍କ ବାଲି ସ୍ତୁପ
ମରୁଭୂମି ମରୀଚିକା
ଭଗ୍ନାଂଶ ଅଟଇ ଦୂର ଦିଗ୍ ବଳୟେ
ସ୍ପର୍ଶ କରୁଥିବା ରେଖା ।।
ଭଗ୍ନାଂଶ ଅଟଇ ଫୁଲ ବଗିଚାର
ପ୍ରସ୍ଫୁଟିତ ପୁଷ୍ପ ଧାରା
ଭଗ୍ନାଂଶ ଅଟଇ ସାଗର ବକ୍ଷର
ଉନ୍ମୁକ୍ତ ତରଙ୍ଗ ମାଳା ।।