Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Tragedy

3.9  

Pranati Panda

Tragedy

ଭଗ୍ନ କୋଣାର୍କ

ଭଗ୍ନ କୋଣାର୍କ

1 min
160



ଅଭିସାରିକା ଗୋ' ନୃତ୍ୟ ଚାରୁବାଳା

ଚାରୁ ସୁକ୍ଷ୍ମ କଳାକୃତି , 

ଅନିନ୍ଦ୍ୟା ରୂପସୀ ଶିଳ୍ପୀ ଙ୍କ ମାନସୀ 

ବିଶ୍ବ ଗାଏ ଜୟ ଗୀତି । 


ପ୍ରୀତିର ପାଖୁଡ଼ା ଭରିଥିଲା ତାର 

 କୋଣ କୋଣ ପ୍ରତିକୋଣ ,

 କାଳ କଲା ଗ୍ରାସ ହୋଇ ଗଲା ଧ୍ବଂସ

 ହୋଇ ଅଛି ଜରାଜୀର୍ଣ୍ଣ ।


ବାରଶ ବଢେଇ ଙ୍କ ବାର ବର୍ଷର 

ଧରମାର ତ୍ଯାଗ ଯଶ , 

ଯୌବନ ହରାଇ ଶିଳା ମୂର୍ତ୍ତି ପରେ

ଆଙ୍କିଥିଲେ ପ୍ରୀତି ରାସ ।


ପ୍ରେମର ପ୍ରତୀକ କୋଣାର୍କ ମନ୍ଦିର 

ହୋଇ ଅଛି ଆଜି ଧ୍ଵଂସ , 

ସାକ୍ଷୀ ଅଛି ଭଗ୍ନ ମୁଖଶାଳା ଖାଲି 

କୋଳେ ଧରି ଅବଶେଷ । 


      


Rate this content
Log in

Similar oriya poem from Tragedy