Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Inspirational

3  

Jayashree Maharana

Inspirational

ଭାଷାପ୍ରୀତି

ଭାଷାପ୍ରୀତି

1 min
375


ତନ୍ଦ୍ରା ତେଜି ଜାଗି ଉଠ ହେ ଉତ୍କଳବାସୀ

ଭାଷା ପ୍ରୀତି ବହ୍ନି ହୃଦେ ଜାଳ ହସି ହସି ।


ଭାଙ୍ଗିଦିଅ ଶୃଙ୍ଖଳକୁ ଗଢ଼ା ଯାହା ଦ୍ୱେଷେ

ପରିଚୟ ସୃଷ୍ଟି କର ତୁମ୍ଭେ ସାରା ବିଶ୍ୱେ ।


ପୂର୍ବ ପୁରୁଷଙ୍କ ଗାଥା ମନେ ମନେ ସ୍ମରି

ରଚିଯାଅ କଳାକୃତୀ ଲେଖନକୁ ଧରି ।


ଗର୍ବେ କୁହ ଓଡିଆ ମୁଁ ଭାଷା ମୋ'ସୁନ୍ଦର

ତୁଣ୍ଡେ ଉଚ୍ଚାରଣ କଲେ ଲାଗଇ ମଧୁର ।


ଶବ୍ଦେ ଶବ୍ଦେ ଗଢିତୋଳ ସାହିତ୍ୟର ସୌଧ

ଭାବନାର ରଙ୍ଗ ଦିଅ ହୋଇ ସଦା ମୁଗ୍ଧ ।


ହୃତ ପ୍ରାୟ ଗଉରବ ଗାରିମାର ଗୀତି

ଉଚ୍ଚ ସ୍ଵରେ ଗାଇଯାଅ ଆହେ ବୀର ଜାତି ।


 ଆଦରରେ ସଂସ୍କୃତିକୁ ଆପଣାର କରି

ପାଶ୍ଚାତ୍ୟର ମୋହ ମନୁ ଦିଅ ଦୂର କରି ।


ଶାନ୍ତି ମୈତ୍ରୀ ପୀରତିର ଦୁର୍ମୂଲ୍ୟ ସମ୍ପତ୍ତି

ଆହରଣ କର ସର୍ବେ ଭରି ହୃଦେ ତୃପ୍ତି ।


ଭାଷା ପାଇଁ ହୃଦୟରେ ଆତ୍ମୀୟତା ରଖ

ସଫଳତା ଛୁଇଁବାକୁ ହେବ ନିଶ୍ଚେ ସକ୍ଷ ।



ନିଜ ଜାତି ସନମାନ ଭାଷାରେ ନିହିତ

ତାହାର ଉନ୍ନତି ପାଇଁ ନିଅ ହେ ଶପଥ ।


Rate this content
Log in

Similar oriya poem from Inspirational