Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Arjuni charan Behera

Inspirational

3  

Arjuni charan Behera

Inspirational

ଭାରତରତ୍ନ ଅବଦୁଲ କାଲାମ

ଭାରତରତ୍ନ ଅବଦୁଲ କାଲାମ

1 min
225


ଶ୍ରୀରାମେଶ୍ୱର ରାମେଶ୍ୱରରେ 

ତ୍ରେତୟା ଯୁଗ କଥା l

ଶ୍ରୀରାମ ଥାପି ବାନ୍ଧିଲେ ବନ୍ଧ 

ଉଦ୍ଧାର ପାଇଁ ସୀତା ll


ଏ କଳି ଯୁଗେ ପ୍ରମାଣ ତାର 

ଅଛି ସେ ଶିବଲିଙ୍ଗ l

ସେ ଭୂମେ ଦିନେ ଜନମ ନେଲା 

ଏକ ଅଗ୍ନି ସ୍ପୁଲିଙ୍ଗ ll


ଅବଦୁଲ କାଲାମ ନାଆଁ ତା'ର 

ଗରିବ ବାପ ମା' l

ନାଵ ଚାଳିବା କୁଳ ବେଉସା 

ପାବନ ଦ୍ୱୀପ ଗାଆଁ ll


ଆସିଆମ୍ମା ମାତା ତାହାର 

ପିତା ଜୈନୁଲାବଦିନ l

ପଞ୍ଚଦଶ ଅକଟୋବର ତାହାର 

ଜନମ୍ ଦିନ୍ ll


ଗରିବ ପିଲା କାଗଜ ବିକେ 

ପେଟ ପୋଷିବା ପାଇଁ l

ବାଲ୍ୟକାଳରୁ ବିଦ୍ୟା ସାଧିଲା 

ମାନ୍ଦ୍ରାଜ ଗଲା ଧାଇଁ ll


ପଦାର୍ଥ ବିଦ୍ୟା ବ୍ୟୋମ ଯାନ୍ତ୍ରିକି 

ସାଧନେ ଦେଲା ମତି l

ଅଣୁ, ସମର, ମହା ଆକାଶ 

ବିଜ୍ଞାନ କଲା ବୃତ୍ତି ll


ପୋଖାରଣରେ ପରମାଣୁର ବୋମା 

ଦେଲା ଫୁଟାଇ l

ଅଗ୍ନିର ଡେଣା ନିର୍ମାଣ କଲା 

ଅରି ହୃଦ ଥରାଇ ll


ପୃଥ୍ଵୀ, ଅଗନି, ନାଗ, ତ୍ରିଶୂଳ 

ଆଦି ଵାୟଵ୍ୟ ଅସ୍ତ୍ର l

ଉଡ଼ାଇ ଦେଲା ରୋହିଣୀ ଗ୍ରହ 

ବିଶ୍ୱ ହୋଇଲା ତ୍ରସ୍ତ ll


କାଲାମ ଭାଇ ଭାରି ଆଦର 

ଆମ ଓଡିଶା ମାଟି l

ବିଜୁ ଭାଇର ଆମନ୍ତ୍ରଣରେ 

ବସାଇ ଦେଲା ଘାଟି ll


ସେ ବିଜୁ ବାବୁ କଳିଙ୍ଗ ବୀର 

ନବୀନ ତାର ବେଟା l

କାଲାମ ନାମେ ନାମିତ କଲା 

ହୁଇଲର ଦ୍ୱୀପଟା ll


ଗୁଣକୁ ସିନା ଚିହ୍ନେ ଗୁଣିଆ 

ସୁନା ବଣିଆ ଭାଇ l

କାଲାମ ଗୁଣ ଚିହ୍ନିଲେ ପୁଣି 

ଆମ ଅଟଳ ଭାଇ ll


କାଲାମ ଭାଇ ଅଟଇ ଆମ 

ଏ ଯୁଗ ଦ୍ରୋଣାଚାର୍ଯ୍ୟ l

ରାଷ୍ଟ୍ରପତିର ଆସନେ ହେଲେ 

ଆମରି ରାଷ୍ଟ୍ରାଚାର୍ଯ୍ୟ ll


ଯୁବକ ଗଣେ ମନ୍ତ୍ର ଦେଇ 

କରାଇଲେ ଉଦବୁଦ୍ଧ l

ବିଜ୍ଞାନୀ ପ୍ରାୟେ ଚିନ୍ତନ କର 

ବିଜ୍ଞାନ ବିଦ୍ୟା ସାଧ ll


ଦେଶ ବିଦେଶୁ ଛୁଟି ଆସିଲା 

ପ୍ରଶସ୍ତି ପତ୍ର ଢେଉ l

ଡ଼କଟରେଟ ଡିଇ ଲିଇଟି 

କହିବା କେତେ ଆଉ ll


ଦେଶ ତୁମକୁ ସମ୍ମାନ କଲା 

ଅର୍ପି ପଦ୍ମ ଭୂଷଣ l

ଭାରତ ସରେ ପଦ୍ମ ହେ ତୁମ୍ଭେ 

ହେ ପଦ୍ମ ବିଭୂଷଣ ll


ସିଲଙ୍ଗ ନଗରୀ ବସିଥିଲା 

ସେଦିନ ପଥ ଚାହିଁ l

ଉଦବୋଧନରେ ଉଦ୍ବୁଦ୍ଧିବ ପ୍ରିୟ 

କାଲାମ ଭାଇ ll


ଛାତ୍ର ସମାଜ ଦୀକ୍ଷିତ ହେଲେ 

ଦିବ୍ୟ ବାରତା ପାଇ l

ଟଳିପଡ଼ିଲ ମଞ୍ଚ ଆସନେ 

ସଞ୍ଜ ଆସିଲା ନଇଁ ll


ବୈଜ୍ଞାନିକ ରାଷ୍ଟ୍ରପତି ହେ ଦିବ୍ୟ 

ତୁମ୍ଭ ରାଷ୍ଟ୍ର ନୀତି l

ଅମ୍ଲାନ ରହୁ ଗୁରୁ ବାକ୍ୟ ଯେ ଦିନ 

ଯାଏ ଥିବ ସୃଷ୍ଟି ll


କମାଲ କମାଲ କାଲାମ ଭାଇ 

କମାଲ ତୁମର ଜ୍ଞାନ ମଲମ l 

ଭାରତ ରତ୍ନ ଅବଦୁଲ କାଲାମ 

କରୁଛୁ ତୁମ୍ଭଙ୍କୁ କୋଟି ସଲାମ ll



Rate this content
Log in