Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଭାରତର ସ୍ଵାଧୀନତା

ଭାରତର ସ୍ଵାଧୀନତା

1 min
449



ବହୁ ବଳିଦାନ ପରେ ଆମ ଦେଶ

ଭାରତ ହେଲା ସ୍ବାଧୀନ।

ଫିରିଙ୍ଗି ହଟିଲେ ଏ ଦେଶରୁ

ଆମ ଦେଶ ହୋଇଗଲା ଧନ୍ୟ।

ସ୍ବାଧୀନ ଦେଶର ନାଗରିକ ଆମେ

ଆମ ହାତରେ ଶାସନ।

ଶାସକ ବନିଛୁ ଶାସନ କରୁଛୁ

ନିଜେ କିନ୍ତୁ ପରାଧୀନ।

ହୁଗୁଳା ଶାସନେ ରାଜନୀତି ଆଜି

ନୀତି ହୀନ କେହି କହେ।

ସଂସଦ ଭବନେ ଗଣ୍ଡଗୋଳ ଘଟି

କେତେ ଦୁର୍ଘଟଣା ହୁଏ ।

କାହା କଥା କେହି ନ ଶୁଣିବେ ଯଦି

କି ପ୍ରତିକାର ହୋଇବ?

ଦେଶର ଦଶର ବିକାଶ ପାଇଁକି

କିଏ ସେ ଚିନ୍ତା କରିବ?

ସ୍ବାଧୀନ ଦେଶର ନାଗରିକ ଆମେ

ଆମ ପ୍ରତିନିଧି ଯିଏ ।

ଆଲୋଚନା ସମାଲୋଚନା ନକଲେ

କହିବାକୁ ଅଛି କିଏ?

ଖଚ ମିଛ ଲାଞ୍ଚ ନାରୀ ନିର୍ଯ୍ଯାତନା

ଦିନୁ ଦିନ ବଢିଯାଏ ।

ଚୋରି ଡକାୟତି ହତ୍ୟା ଅପରାଧ

ଅସହଣି ରୂପ ନିଏ।

ବାକ୍ ସ୍ୱାଧୀନତା ନ ପାଏ ବା କିଏ

କେତେ ସରି କିଏ ହୁଏ ।

କେଉଁ ସ୍ୱାଧୀନତା ପାଇଅଛେ ଆମେ

ଦେଶର କି ଗତି ହୁଏ ।

କଳାବଜାରୀ ଓ ନିଶାଖୋର ପୁଣି

ପିଲା ଚୋରି ବଢିଯାଏ ।

ରକ୍ଷକ ତ ଆଜି ଭକ୍ଷକ ସାଜିଛି ତାକୁ

ସଜାଡିବ କିଏ?

ଦେଶ ମାତୃକାର ସୁରକ୍ଷା ପାଇଁକି

ସଜାଗ ରହି ଯବାନ।

ନିଜ ଜୀବନକୁ ଖାତିର ନକରି

ରଖିଛି ଦେଶର ମାନ।

ସ୍ବାଧୀନ ଭାରତେ ଗାଇବା ସରବେ

ଭାରତର ଜୟ ଗାନ।

ଦୂର ହେଉ ସବୁ ଦୁଷ୍କୃତି ଦେଶରୁ

ବଢୁ ଏ ଦେଶର ମାନ।



Rate this content
Log in