Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

3  

Biswanath Nayak

Others

ଭାରତ______

ଭାରତ______

1 min
201



ବୀରପ୍ରସବିନୀ 

ଭାରତଜନନୀ

ଯା ପୂଣ୍ୟମାଟିର ଗୌରବ ବାଣୀ

ବର୍ଣ୍ଣିବାକୁ କ୍ଷମ

କେବା କ୍ଷିତିତଳେ

ହିମାଳୟ ଯାର ମୁକୁଟ ମଣି। 


ପୂତ ପୟୋଧିର

ନୀଳ ଉର୍ମିମାଳା 

ଗାଏ ସଦା ଗୀତ ଯା ତନୁ ଛୁଇଁ

ଗଙ୍ଗା ଗୋଦାବରୀ

ସିନ୍ଧୁ ଓ କାବେରୀ

କଳକଳ ନାଦେ ବହନ୍ତି ଯହିଁ। 


ଋଷି ବାଲମିକୀ

ଗାଇଗଲେ ଯହିଁ

ପୁଣ୍ୟ ରାମାୟଣ ଅମର କଥା

ଅସତ୍ୟ ଉପରେ

ସତ୍ୟର ବିଜୟ

ଶ୍ରୀରାମଚନ୍ଦ୍ରଙ୍କ ବୀରତ୍ଵ ଗାଥା। 


ପରାଶର ଅଂଶ

ମହାମୁନି ବ୍ୟାସ

ରଚିଲେ ଭାରତ ଶ୍ରୀଭାଗବତ

ଲୋକହିତ ପାଇଁ

ଭକତି ଗଙ୍ଗାରେ

ମାନବ ହୃଦୟ କଲେ ପ୍ଳାବିତ। 


ଏ ପୁଣ୍ୟଭୂମିରେ

ବାସୁଦେବ କୃଷ୍ଣ

କୌରବ ପାଣ୍ଡବେ ନିମିତ୍ତ କରି

କୁରୁକ୍ଷେତ୍ର ଯୁଦ୍ଧେ

ଗୀତାମୃତ ଦେଇ

ଧର୍ମ ସଂସ୍ଥାପନ କଲେ ଶ୍ରୀହରି। 


ବାଣୀ ବରପୁତ୍ର

କବି କାଳିଦାସ 

ଲଭି ଯହିଁ ସାରଦାଙ୍କ ଆଶିଷ

ରଚନା କରିଲେ

କୁମାରସମ୍ଭବ

ମେଘଦୂତ ଆଉ ଯେ ରଘୁବଂଶ। 


ନିଳାଚଳ ଧାମ

ବଦ୍ରିକା ଆଶ୍ରମ

ଦ୍ଵାରକା ସହିତ ଯେ ରାମେଶ୍ବର

ମୁକ୍ତିପ୍ରଦାୟିନୀ

ଚାରିଧାମ ଯହିଁ

ସେ ପୂଣ୍ୟଭୂମିକୁ ମୋ ନମସ୍କାର। 


Rate this content
Log in